ସାପୁଆ କେଳା ଖୋଲିଲା ସାପ ରହସ୍ୟ, ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଜେଲରେ

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ବିଷଧର ସାପ ସାହାଯ୍ୟରେ ସ୍ତ୍ରୀ ଓ ଝିଅକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଗଣେଶ ପାତ୍ର ଏବେ ଜେଲରେ । ଦାମ୍ପତ୍ଯ କଳହକୁ ନେଇ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଗଣେଶ । ଦାମ୍ପତ୍ଯ କଳହକୁ ନେଇ ଘଟିଛି କରୁଣ ପରିଣତି ।

ଗଂଜାମ (କେନ୍ୟୁଜ): ସାପୁଆ କେଳା ଖୋଲିଲା ସାପ ସୁପାରୀ ରହସ୍ୟ। କେମିତି ଚାଲ୍ କରି ସ୍ତ୍ରୀ ଓ କୁନି ଝିଅକୁ ମାରିଲା ସୈତାନ ସ୍ବାମୀ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେଏଭଳି ଅମାନୁଷିକ ଘଟଣା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ବିଷଧର ସାପ ସାହାଯ୍ୟରେ ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଗଣେଶ ପାତ୍ର ଏବେ ଜେଲରେ।

ଦାମ୍ପତ୍ଯ କଳହକୁ ନେଇ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଗଣେଶ । ଗତ ଅକ୍ଟୋବର ୬ରେ ଘଟଣା ଘଟିଥିଲା ଏବଂ ୭ ତାରିଖରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ପ୍ରାୟ ଦେଢ଼ମାସ ପରେ , ହତ୍ୟାକାଣ୍ଡ ରହସ୍ୟ ପର୍ଦାଫାଶ କରିଛି କବିସୂର୍ଯ୍ୟନଗର ଥାନା ପୋଲିସ । ଏହି ଘଟଣାର ତଦନ୍ତରେ ସ୍ନେକ୍ ହେଲପ୍ ଲାଇନ୍ ମଧ୍ୟ ସହଯୋଗ କରିଥିଲା । ଅଭିଯୁକ୍ତକୁ ସାପ ଯୋଗାଇଥିବା ସାପୁଆ ପୋଲିସକୁ ଅଧିକ ତଦନ୍ତ ପାଇଁ ସହଯୋଗ କରିବା ସହ ମାମଲାର ମୁଖ୍ୟ ସାକ୍ଷୀ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.