Below header

ଢେଙ୍କାନାଳ : ଟଙ୍କା ନେବା ପଡିଲା ମହାଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚପଲରେ ପିଟିଲେ ମହିଳା

ଢେଙ୍କାନାଳ : ଟଙ୍କା ନେବା ପଡ଼ିଲା ମହଙ୍ଗା। ପଞ୍ଚାୟନ ନିର୍ବାହୀ ଅଧିକାରୀଙ୍କୁ ମହିଳାଙ୍କ ଚପଲ ମାଡ଼। ପଇସା ନେଇଛ କହି ମହିଳା ଓ ଗ୍ରାମବାସୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚପଲରେ ମାଡ଼ ମାରିବାର ଭିଡ଼ିଓ ଭାଇରାଲ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚପଲରେ ନିସ୍ତୁକ ମାରିଛନ୍ତି କେତେକ ମହିଳା ଓ ଗ୍ରାମବାସୀ। ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବା ପରେ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏନେଇ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ବିଡିଓ ଘଟଣା ସଂପର୍କରେ ଜାଣିନଥିବା କହିଥିବା ବେଳେ ଜିଲ୍ଲା ପ୍ରକଳ୍ପ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.