ଦାରିଙ୍ଗିବାଡ଼ି: ପାରିବାରିକ କଳହର କରୁଣ ପରିଣତି, କୀଟନାଶକ ପିଇ ଆତ୍ମହତ୍ୟା କଲେ ମହିଳା

ଦାରିଙ୍ଗିବାଡ଼ି : ପାରିବାରିକ କଳହକୁ ନେଇ ଜଣେ ମହିଳା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଦାରିଙ୍ଗିବାଡି ଥାନା ହାତିମୁଣ୍ଡା ପଞ୍ଚାୟତ ଦାଦାରାଡି ଗାଁର ସୁକଦେବ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା ପ୍ରଧାନ। ସୂଚନା ଅନୁସାରେ ବୁଧବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା ।ଏଥିରେ ଉତ୍ତକ୍ଷୀପ୍ତ ହୋଇ ମହିଳା ଜଣଙ୍କ କୀଟନାଶକ ପିଇଦେଇଥିଲେ। ଏହାପରେ ପରିବାର ଲୋକେ ମହିଳାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.