ମୃତ୍ୟୁ ପରେ ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ ସଂଯୁକ୍ତା

ମୃତ୍ୟୁ ପରେ ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତା ପାତ୍ର । ଯାହାଙ୍କ ମସ୍ତିଷ୍କ ଆଘାତ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଆନନ୍ଦପୁର(କେନ୍ୟୁଜ): ସମସ୍ତଙ୍କ ଆଖେିରେ ଲୁହ । ଶୋକାକୂଳ ପରିବେଶ । ପରିବାର ଠାରୁ ଆରମ୍ଭ ଗାଁ ଲୋକ ସମସ୍ତଙ୍କର ଭିଡ ଜିମିଛି । ହଁ ଆଜ୍ଞା ମୃତ୍ୟୁ ପରେ ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ । ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ । କିନ୍ତୁ ଅନ୍ୟମାନଙ୍କୁ ଦେଇଗଲେ ନୂଆ ଜୀବନର ଉପହାର । ଅଙ୍ଗଦାନ ଠାରୁ ବା ମହତ କାର୍ଯ୍ୟ କଣ ହୋଇପାରେ ।

ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତା ପାତ୍ର । ଯାହାଙ୍କ ମସ୍ତିଷ୍କ ଆଘାତ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହା ପରେ ତାଙ୍କର ଦୁଇଟି କିଡନୀ ଓ ଲିଭର କଢାଯାଇଥିଲା । ଗୋଟିଏ କଟକ ଏସସିବି ମେଡିକାଲ ଓ ଅନ୍ୟ କିଡନୀ ଟି ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯିବା ପାଇଁ ସ୍ଥିର ହୋଇଥିଲା ।

ସେହିପରି ଲିଭରକୁ ହାଇଦ୍ରାବାଦର ଆଇ ଜି ଏଚ ହସ୍ପିଟାଲକୁ ପଠାଯାଇଥିଲା । ଏପଟେ ଏସସିବି ମେଡିକାଲରେ ତିଗିରିଆ ଅଞ୍ଚଳର ରାଜୀବ ଦାସ୍ ଙ୍କ ଠାରେ କିଡନୀ ପ୍ରତିରୋପଣ କରାଯାଇଛି । ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ଡାକ୍ତରଙ୍କ ମିଳିତ ସହଯୋଗରେ ଏସସିବିରେ ଏହି କିଡନୀ ପ୍ରତିରୋପଣ କରାଯାଇଛି। କିଡନୀ ପ୍ରତିରୋପଣ ପରେ ରାଜୀବଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏପଟେ ସୂଚନା ମୁତାବକ, ଆନନ୍ଦପୁର ଉପଖଣ୍ଡ ହାଟଡ଼ିହୀ ବ୍ଲକ୍ ସଢ଼ା ଗ୍ରାମର ସଂଯୁକ୍ତାଙ୍କ ମୃତ୍ୟୁ ପରେ ଅନ୍ୟର ୫ ଜଣଙ୍କ ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ସହାୟତାରେ ତାଙ୍କର ଅଙ୍ଗଦାନ କରାଯାଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀରକୁ ଗାର୍ଡ ଅଫ ଅନର ଦିଆ ଯାଇଛି ।

ସଢା ଗାଁର ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସଂଯୁକ୍ତା ଗୁରୁବାର ବାଥରୁମରେ ପଡିଯିବାରୁ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକେ ଅଙ୍ଗଦାନ ନିମନ୍ତେ ନିଷ୍ପତି ନେଇଥିଲେ।

ଅଙ୍ଗଦାନ ଦ୍ୱାରା ଆଉ କାହାର ଆବଶ୍ୟକ‌ତା ପୂରଣ ହୋଇପାରିବ ବୋଲି ପରିବାର ଲୋକେ ଚିନ୍ତା କରିବା ପରେ ସଞ୍ଜୁଲତା ଙ୍କ ଅଙ୍ଗଦାନ କରାଯାଇ ଅନ୍ୟ ୫ ଜଣଙ୍କ ଜୀବନ ବଞ୍ଚି ଯାଇଛି । ତେବେ ଏଭଳି ଏକ ମହତ କାମ ଏବଂ ଏହାଦ୍ୱାରା ସମାଜକୁ ଅଙ୍ଗଦାନ କରିବାର ବାର୍ତ୍ତା ଯିବ। ଗାଁ ମୁଣ୍ଡ ପଡିଆ ରେ ହଜାର ହଜାର ଗ୍ରାମବାସୀ ଙ୍କ ଗହଣ ରେ ଶୋଭାଯାତ୍ରା ରେ ଅଣାଯାଇ ପୋଲିସ ପ୍ରଶାସନ ସମେତ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ତାଙ୍କୁ ଗାର୍ଡ ଅଫ ଅନର ଦେଇଛନ୍ତି।

You might also like