ମୁକେଶଙ୍କ ଉପରେ ରାଗିଗଲେ କୁଲଦୀପ ଯାଦବ, ଶାନ୍ତ କରାଇଲେ ରିଷଭ ପନ୍ତ : ଭିଡିଓ ଭାଇରଲ
ଦ୍ରୁତ ବୋଲର ମୁକେଶ କୁମାର ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିବା କୁଲଦୀପଙ୍କୁ ବଲ୍ ଜୋରରେ ପକାଇଥିଲେ । ଫଳରେ କୁଲଦୀପ ନାରାଜ ହୋଇଯାଇଥିଲେ । ଆଉ ଏହି ସମୟରେ ରାଗରେ କୁଲଦୀପ ମୁକେଶଙ୍କୁ କିଛି କହୁଥିବାର ନଜର ଆସିଥିଲେ । ଏହି ଘଟଣା ପରେ ତୁରନ୍ତ ପନ୍ତ ଆସି କୁଲଦୀପକୁ ଶାନ୍ତ କରାଇଥିଲେ ।

ଆଇପିଏଲ୍ ୨୦୨୪ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟରେ ମ୍ୟାଚ ଜିତିଯାଇଥିଲା । ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ରାଗ ଦେଖିବାକୁ ମିଳିଥିଲା । ଏମିତି କିଛି ଘଟିଥିଲା, ଯେଉଁଥିରେ କୁଲଦୀପ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ରାଗରେ କହୁଥିବା ବେଳେ ଏହା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଯାଇଥିଲା । କୁଲଦୀପଙ୍କୁ ଏଭଳି ରାଗିଥିବା ଦେଖି ରିଷଭ ପନ୍ତ କୁଲଦୀପଙ୍କୁ ଶାନ୍ତ କରୁଥିବାର ଭିଡିଓ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଦ୍ରୁତ ବୋଲର ମୁକେଶ କୁମାର ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିବା କୁଲଦୀପଙ୍କୁ ବଲ୍ ଜୋରରେ ପକାଇଥିଲେ । ଫଳରେ କୁଲଦୀପ ନାରାଜ ହୋଇଯାଇଥିଲେ । ଆଉ ଏହି ସମୟରେ ରାଗରେ କୁଲଦୀପ ମୁକେଶଙ୍କୁ କିଛି କହୁଥିବାର ନଜର ଆସିଥିଲେ । ଏହି ଘଟଣା ପରେ ତୁରନ୍ତ ପନ୍ତ ଆସି କୁଲଦୀପକୁ ଶାନ୍ତ କରାଇଥିଲେ । ଆଉ କହିଥିଲେ ‘ରାଗ ନାହିଁ ରାଗନାହିଁ’ ଯାହା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଯାଇଥିଲା । ପନ୍ତ ବୁଝାଇବା ପରେ କୁଲଦୀପ ଶାନ୍ତ ହୋଇଥିଲେ । ଆଉ ହସିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଚର୍ଚ୍ଚା ଲାଗିଛି । ମ୍ୟାଚ ପରେ ଫ୍ୟାନ୍ସ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।
Angry 💢 kullu 😭😭 pic.twitter.com/y7NQy1NQD3
— RITIKA RO 45 (@RITIKAro45) April 17, 2024
ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲେ । ତେଣୁ ଶୁବମନ ଗିଲଙ୍କ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା । ଆଉ ଗୁଜରାଟ ଟାଇଟନ୍ସ ୧୭.୩ ଓଭରରେ ମାତ୍ର ୮୯ ରନ୍ କରି ଅଲଆଉଟ ହୋଇଥିଲା । ଯାହାକୁ ପିଛା କରି ପନ୍ତଙ୍କ ଟିମ୍ ମାତ୍ର ୮.୫ ଓଭରରେ ୪ ଓ୍ଵିକେଟ ହରାଇ ୯୨ ରନ୍ କରି ମ୍ୟାଚ ଜିତିନେଇଥିଲା । ଏହି ବିଜୟ ପରେ ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ନଂ ସ୍ଥାନରେ ପହଞ୍ଚିଯାଇଛି ।