ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ

ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର ।

ଭୁବନେଶ୍ୱର : ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର । ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ ଥିବା ବେଳେ ଚାନ୍ଦବାଲିରେ ୪୦ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ଝାରସୁଗୁଡ଼ାରେ ୪୦ ଡିଗ୍ରୀ ପାରଦ ଥିବା ବେଳେ ସମ୍ବଲପୁରରେ ୩୯.୦୭ ଡିଗ୍ରୀ ସେଲସିୟସ ରହିଛି । ଆଗକୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ  । କିଛି ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ  । ଆଜି ସିଭିୟର ହିଟୱେଭ ପାଇଁ ୪ଟି ଜିଲ୍ଲା ମୟୂରଭଞ୍ଜ, ନୂଆପଡ଼ା, ଗଜପତି, ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ହିଟୱେଭ ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୨୧ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.