ଟାଇଁ ଟାଇଁ ଖରାରେ ହଠାତ୍ ୨ ଫୁଟ୍ ଉପରକୁ ଉଠିଗଲା ଢଳେଇ ରାସ୍ତା, ଲୋକେ ଦେଖି ଚକିତ

ଦୁନିଆ ବଡ଼ ଅଜବ। ଏଠି କେତେବେଳେ କଣ ଘଟେ ପ୍ରାୟତଃ ସମୟରେ କିଛି ବଚଝା ପଡେନା । ଏମିତିକି ଆମ ଚାରି ପାଖରେ ଅନେକ ଅଜବ ଅଜବ ଘଟଣା ଘଟେ କିନ୍ତୁ ଆମେ ଜାଣି ପାରୁନା ଏହା କାହିଁକି, କେମିତି ଆଉ କେଉଁ ପରିସ୍ଥିତିରେ ହେଲା । ଏମିତିକି କୁହାଯାଏ କି, ପୂରା ବ୍ରହ୍ମାଣ୍ଡରେ ଶତପ୍ରତିଶତ ରହସ୍ୟ ମଧ୍ୟରୁ ମଣିଷ କେବଳ ୪ ପ୍ରତିଶତ ରହସ୍ୟ ଆଜି ପର୍ଯ୍ୟନ୍ତ ଜାଣି ପରିଛି ।

ଜଗତସିଂହପୁର(କେନ୍ୟୁଜ୍‌): ଦୁନିଆ ବଡ଼ ଅଜବ। ଏଠି କେତେବେଳେ କଣ ଘଟେ ପ୍ରାୟତଃ ସମୟରେ କିଛି ବଚଝା ପଡେନା । ଏମିତିକି ଆମ ଚାରି ପାଖରେ ଅନେକ ଅଜବ ଅଜବ ଘଟଣା ଘଟେ କିନ୍ତୁ ଆମେ ଜାଣି ପାରୁନା ଏହା କାହିଁକି, କେମିତି ଆଉ କେଉଁ ପରିସ୍ଥିତିରେ ହେଲା । ଏମିତିକି କୁହାଯାଏ କି, ପୂରା ବ୍ରହ୍ମାଣ୍ଡରେ ଶତପ୍ରତିଶତ ରହସ୍ୟ ମଧ୍ୟରୁ ମଣିଷ କେବଳ ୪ ପ୍ରତିଶତ ରହସ୍ୟ ଆଜି ପର୍ଯ୍ୟନ୍ତ ଜାଣି ପରିଛି । ତେବେ ଆଜିର ଏଇ ଘଟଣା ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଜଗତସିଂହପୁର ଜିଲ୍ଲା ପୌରାଞ୍ଚଳ ସଦରମହାକୁମା ୧୦ ନମ୍ବର ଶାଖା କେନାଲର ଆଖୁନମହଲା ଛକ ନିକଟରେ ନଜିର ମିଆଁଙ୍କ ଦୋକାନ ସାମ୍ନାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଘଟଣା । ସୂଚନା ମୁତାବକ ଗତକାଲି ମଧ୍ୟାହ୍ନ ସମୟରେ କେନାଲ ବନ୍ଧର ଢଳେଇ ରାସ୍ତା ହଠାତ୍ ଉପରକୁ ଉଠିବାକୁ ଲାଗିଥିଲା । ସେଠାରେ କାମ କରୁଥିବା ଜଣେ ମହିଳା ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏକଥା ଦେଖି ସେ ଲୋକମାନଙ୍କୁ ଡାକ ପକେଇଥିଲେ । ଲୋକମାନେ ସେଠାରେ ପହଞ୍ଚି ଦେଖିଲା ବେଳକୁ ରାସ୍ତାଟି ପ୍ରକୃତରେ ୨ ଫୁଟ ଉପରକୁ ଉଠିଯାଇଛି ।

ଏହାକୁ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ଚକିତ ହେବା ସହିତ ସେହି ରାସ୍ତାରେ ଯାତାୟାତ କରିବାକୁ ଭୟ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେ ଜାଗାଟି ପ୍ରଥମେ ଭୂମିକମ୍ପ ଭଳି ଥରିବାକୁ ଲାଗିଥିଲା ଏହାପରେ ଆସ୍ତେ ଆସ୍ତେ ଢଳେଇ ରାସ୍ତାଟି ଉପରକୁ ଉଠିବାକୁ ଲାଗିଲା ।

ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ରାସ୍ତାରେ ଯାତାୟାତ କିଛି ସମୟ ଧରି ବନ୍ଦ ହୋଇଯାଇଥିଲା । ଅତ୍ୟଧିକ ଗରମ ,ଭୂମିକମ୍ପ କିମ୍ବା ଅନ୍ୟକୌଣସି କାରଣ ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଲୋକମାନେ ଆଲୋଚନା କରୁଛନ୍ତି । ଏପଟେ ଖବର ମିଳିବା ଭିତରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ କେହିବି ପହଞ୍ଚି ନଥିବାବେଳେ, କାହିଁକି ଏଭଳି ଭାବେ ରାସ୍ତା ଉପରକୁ ଉଠିଲା ଏହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.