Yamaha ଲଞ୍ଚ କଲା Aerox S ସ୍କୁଟର, ବିନା ଚାବିରେ ଷ୍ଟାର୍ଟ ହେବ ଗାଡି; ଜାଣନ୍ତୁ ଦାମ୍

ୟାମାହା ମୋଟର ଇଣ୍ଡିଆ ଏରୋକ୍ସ ସ୍କୁଟରର ଏକ ନୂଆ ଭରିଆଣ୍ଟ- ଏରୋକ୍ସ ଭର୍ସନ୍ ଏସ୍ ଲଞ୍ଚ କରିଛି । ଏହି ସ୍କୁଟରରେ ଚାବିହୀନ ଇଗ୍ନିସନ୍ ଏବଂ ଅନ୍ୟ କେତେକ ଫିଚର୍ସ ଆଡ୍ କରାଯାଇଛି । ଏହି ନୂଆ ଭରିଆଣ୍ଟର ମୂଲ୍ୟ ୧,୫୦,୦୦୦ ଟଙ୍କା ରଖାଯାଇଛି, ଯାହା ଷ୍ଟାଣ୍ଡାର୍ଡ ମଡେଲ ତୁଳନାରେ ୩୩୦୦ ଟଙ୍କା ଅଧିକ । ଏହା ଦୁଇଟି କଲରରେ ଉପଲବ୍ଧ ହେବ - ସିଲଭର ଏବଂ ରେସିଙ୍ଗ୍ ବ୍ଲୁ ।

ୟାମାହା ମୋଟର ଇଣ୍ଡିଆ ଏରୋକ୍ସ ସ୍କୁଟରର ଏକ ନୂଆ ଭରିଆଣ୍ଟ- ଏରୋକ୍ସ ଭର୍ସନ୍ ଏସ୍ ଲଞ୍ଚ କରିଛି । ଏହି ସ୍କୁଟରରେ ଚାବିହୀନ ଇଗ୍ନିସନ୍ ଏବଂ ଅନ୍ୟ କେତେକ ଫିଚର୍ସ ଆଡ୍ କରାଯାଇଛି । ଏହି ନୂଆ ଭରିଆଣ୍ଟର ମୂଲ୍ୟ ୧,୫୦,୦୦୦ ଟଙ୍କା ରଖାଯାଇଛି, ଯାହା ଷ୍ଟାଣ୍ଡାର୍ଡ ମଡେଲ ତୁଳନାରେ ୩୩୦୦ ଟଙ୍କା ଅଧିକ । ଏହା ଦୁଇଟି କଲରରେ ଉପଲବ୍ଧ ହେବ – ସିଲଭର ଏବଂ ରେସିଙ୍ଗ୍ ବ୍ଲୁ ।

ମିଳିବ ସ୍ମାର୍ଟ କି’:
ସ୍ମାର୍ଟ କି ଉପରେ ଏକ ବଟନ୍ ଦବାଇ ଆପଣ ସ୍କୁଟରକୁ ସହଜରେ ଖୋଜି ପାରିବେ । ଏହାକୁ ଦବାଇବା ପରେ ସ୍କୁଟରର ଇଣ୍ଡିକେଟର ବ୍ଲିଙ୍କ କରିବା ଆରମ୍ଭ କରିବ ଏବଂ ଏଥିରୁ ଏକ ସ୍ୱତନ୍ତ୍ର ଶବ୍ଦ ମଧ୍ୟ ଆସିବ । ଚାବି ଲଗାଇବା ସ୍ଥାନରେ ଏକ knob ଯୋଗାଇ ଦିଆଯାଉଛି, ଯାହାକୁ ଘୁରାଇ ଆପଣ ଗାଡି ଷ୍ଟାର୍ଟ କରିପାରିବେ ଏବଂ ଏହାକୁ ବନ୍ଦ କରି ପ୍ରେଟ୍ରୋଲ ଟାଙ୍କି ଖୋଲିପାରିବେ ।

ଲକ୍ ଅନଲକ୍:
ୟାମାହାର ନୂଆ ଏରୋକ୍ସ ଏସ ଭରିଆଣ୍ଟରେ, ସ୍ମାର୍ଟ କି’ ସହିତ ଇମ୍ମୋବିଲାଇଜର ଫିଚର ମଧ୍ୟ ପ୍ରଦାନ କରାଯାଇଛି । ଯେତେବେଳେ ସ୍ମାର୍ଟ କି ସ୍କୁଟର ରେଞ୍ଜର ବାହାରେ ଚାଲିବ, ଏହି ଫିଚର ଅଟୋମେଟିକ ଭାବରେ ସ୍କୁଟରକୁ ଲକ୍ କରେ । ଏଗୁଡିକ ବ୍ୟତୀତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ପରି, ସ୍କୁଟରରେ ଏଲଇଡି ଲାଇଟିଂ, ଚାର୍ଜିଂ ସକେଟ୍, ଷ୍ଟାର୍ଟ-ଷ୍ଟପ୍ ଟେକ୍ନୋଲୋଜି, ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଅଛି ।

ଟାୟାର ଓ ଷ୍ଟୋରେଜ:
ଏଥିରେ ୧୪-ଇଞ୍ଚର ଫ୍ରଣ୍ଟ ଏବଂ ରିୟର ହ୍ଵିଲ ଅଛି, ଯାହାର ପଛ ଟାୟାର ହେଉଛି ୧୪୦-ସେକ୍ସନ । ଏରୋକ୍ସ ଏସରେ ୨୫ ଲିଟର ଅଣ୍ଡରସିଟ୍ ଷ୍ଟୋରେଜ୍ ଅଛି ଏବଂ ଏହାର ଓଜନ ୧୨୬ କିଲୋଗ୍ରାମ ।

ଇଞ୍ଜିନ ଏବଂ ଗିୟରବକ୍ସ:
ରେଗୁଲାର ଭରିଆଣ୍ଟ ପରି, ନୂଆ ୟାମାହା ଏରୋକ୍ସ ଏସ ମଧ୍ୟ ୧୫୫cc, ସିଙ୍ଗଲ ସିଲିଣ୍ଡର VVA ଇଞ୍ଜିନ୍ ଦ୍ୱାରା ଚାଳିତ, ଯାହା ୮,୦୦୦rpm ରେ ୧୫bhp ପାୱାର ଏବଂ ୬୫୦୦rpm ରେ ୧୩.୯Nm ଟର୍କ ଦେଇଥାଏ । ଏଥିରେ CVT ଗିଅରବକ୍ସ ମଧ୍ୟ ରହିଛି ।

ୟାମାହା ମୋଟର ଇଣ୍ଡିଆ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଇସିନ୍ ଚିହାନା କହିଛନ୍ତି, “ଲଞ୍ଚ ହେବା ପରଠାରୁ ଏରୋକ୍ସ 155 ଖୁବ ସଫଳତା, ଚମତ୍କାର ପ୍ରଦର୍ଶନ ଏବଂ ଅସାଧାରଣ ଡିଜାଇନ୍ ସହିତ ଗ୍ରାହକଙ୍କୁ ବେଶ ଆକର୍ଷିତ କରିଛି । Yamaha Aerox S ମଧ୍ୟ ଭାରତୀୟ ମାର୍କେଟରେ ସେତିକି ସଫଳତା ହାସଲ କରିବ ବୋଲି କମ୍ପାନୀ ଆଶା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.