ଆସିଲା ରାଜ୍ୟ କଂଗ୍ରେସର ଆଉ ୪ ବିଧାୟକ ପ୍ରାର୍ଥୀ ତାଲିକା

ଆସିଲା ରାଜ୍ୟ କଂଗ୍ରେସର ଆଉ ୪ ବିଧାୟକ ପ୍ରାର୍ଥୀ ତାଲିକା । ମାହାଙ୍ଗାରୁ ଲଢ଼ିବେ ଦେବେନ୍ଦ୍ର ସାହୁ । ତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି । ସତ୍ୟବାଦୀରୁ ନବାଗତ ମନୋଜ ରଥଙ୍କୁ ମିଳିଛି କଂଗ୍ରେସ ଟିକେଟ ।

ଭୁବନେଶ୍ୱର: ଆସିଲା ରାଜ୍ୟ କଂଗ୍ରେସର ଆଉ ୪ ବିଧାୟକ ପ୍ରାର୍ଥୀ ତାଲିକା । ମାହାଙ୍ଗାରୁ ଲଢ଼ିବେ ଦେବେନ୍ଦ୍ର ସାହୁ । ତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି । ସତ୍ୟବାଦୀରୁ ନବାଗତ ମନୋଜ ରଥଙ୍କୁ ମିଳିଛି କଂଗ୍ରେସ ଟିକେଟ । ଏଥର ସତ୍ୟବାଦୀରୁ ପ୍ରାର୍ଥୀ ହୋଇ ନାହାନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।

ସେହିପରି ଭୁବନେଶ୍ବର ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସ ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟରେ କଂଗ୍ରେସ ୧୨୩ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଆଉ ୨୪ଟି ଆସନର ନାଁ ଘୋଷଣା ବାକି । ସେହିପରି ୪ଟି ଲୋକସଭା ଆସନ ମୟୂରଭଞ୍ଜ, କଟକ. ଆସ୍କା ଓ ସମ୍ବଲପୁର ପାଇଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.