ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବରେ ଚୟନ ହେଲେ ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ
ପୁଣି ବଦଳିଲେ କୋଚ୍ । ଓଡ଼ିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ୍ ଭାବରେ ଚୟନ ହୋଇଛନ୍ତି ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ । ଏନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଦିନେସ ମୋଙ୍ଗିଆ ହେଡ କୋଚ୍ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ ।

କଟକ(କେନ୍ୟୁଜ୍): ପୁଣି ବଦଳିଲେ କୋଚ୍ । ଓଡ଼ିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ୍ ଭାବରେ ଚୟନ ହୋଇଛନ୍ତି ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ । ଏନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଦିନେସ ମୋଙ୍ଗିଆ ହେଡ କୋଚ୍ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ ।
ଗତ ବର୍ଷ ଏପ୍ରିଲ ମାସ ୨୭ ତାରିଖରେ ନିଯୁକ୍ତ ହେବା ପରେ, ମାତ୍ର ଗୋଟିଏ ସିଜିନ କୋଚ୍ ରହିଥିଲେ ଦିନେସ । ପୂର୍ବରୁ ମାଇକେଲ ବେଭାନ,ଭେଙ୍କଟପତି ରାଜୁ,ବଲବିନ୍ଦର ସିଂ, ସାଧୁ, ସବା କରିମ ଓ ଉଆସିମ ଜାଫରଙ୍କ ପରି ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଓଡିଶା କ୍ରିକେଟ ଟିମର କୋଚ୍ ଦାୟିତ୍ୱ ନିର୍ବାହ କରିଛନ୍ତି ।
ଏପଟେ ସୂଚନା ଥାଉକି, ଦିନେସ ମୋଙ୍ଗିଆଙ୍କ ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଦଳର କୋଚ ଭାବେ ଦାୟିତ୍ୱ ମିଳିଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍ ପଦ ମିଳିବାରୁ ସେ ଅଧାରୁ ଚାଲିଯାଇଥିଲେ । ତେଣୁ ୱାସିମ ଜାଫରଙ୍କ ସହମତିରେ ସିଏସିର ୩ ଜଣିଆ କମିଟି ମୁଖ୍ୟ କୋଚ୍ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଥିଲେ ।
ତେବେ ମୋଙ୍ଗିଆ ଓଡିଶା କ୍ରିକେଟ ପାଇଁ ୨୦୨୩-୨୪ ଘରୋଇ ସିଜିନ୍ରେ ଭଲ ପ୍ରଦର୍ଶନ କରିବା ସହିତ ସଫଳତା ଆଣିବ ବୋଲି ଓସିଏ ଆଶା ରଖିଥିଲା । ହେଲେ ଗତ ସିଜିନ୍ ରେ ଦଳ ଆଶାନୁରୂପ ପ୍ରଦର୍ଶନ କରିନଥିଲା । ଏହାପରେ ମୋଙ୍ଗିଆଙ୍କ ଚୁକ୍ତିକୁ ଆଉ ନବଢାଇ ପୂର୍ବତନ ଭାରତୀୟ କ୍ରିକେଟର ସୁରେନ୍ଦ୍ର ଭାବେଙ୍କୁ ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ଦିଆଯାଇଛି ।