Below header

ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା: ଜଣେ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା ଟାଉନ୍‌ ପାନବରଜ ଗାଁରେ ଅଭାବନୀୟ ଘଟଣା । ଫୁଲ ତୋଳୁଥିବା ବେଳେ ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର। ମୃତ ମହିଳା ହେଲେ କିରଣବାଳା ମାନଧାତା ।

ଖୋର୍ଦ୍ଧା (କେନ୍ୟୁଜ୍): ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା । ଜଣେ ମୃତ, ଜଣେ ଗୁରୁତର। ଖୋର୍ଦ୍ଧା ଟାଉନ୍‌ ପାନବରଜ ଗାଁରେ ଅଭାବନୀୟ ଘଟଣା । ମୃତ ମହିଳା ହେଲେ କିରଣବାଳା ମାନଧାତା । କିରଣବାଳା ଆଜି ସକାଳେ ଫୁଲ ତୋଳୁଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ।

ସେହିପରି ଟାଙ୍ଗିଆପଡାର ବିକ୍ରମ ସାମନ୍ତରାୟ ଛକରେ ଠିଆ ହୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.