Below header

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦମ୍ପତିଙ୍କ ଉପରେ ମାଡ଼ିଗଲା ହାଇଓ୍ଵା, ପତ୍ନୀ ମୃତ ଓ ସ୍ୱାମୀ ଆହତ

ଯାଜପୁର (କେନ୍ୟୁଜ) : ଯାଜପୁର ଜାର୍‌କା ଛକରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପତି-ପତ୍ନୀଙ୍କ ଉପରେ ହାଇଓ୍ଵା ମାଡ଼ି ଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଛି । ପତି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ କୁମାରୀପାଟ ନିକଟରେ।

ମୃତ ମହିଳା ହେଲେ ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡଗାଁ ଅଂଚଳର ଅହଲ୍ୟା ବେହେରା । ସ୍ୱାମୀ ପ୍ରଫୁଲ୍ଲ ବେହେରା ଓ ପତ୍ନୀ ଅହଲ୍ୟା  ମଙ୍ଗଳବାର ଭୁବନେଶ୍ୱରରେ ରହୁଥିବା ଝିଅ-ଜ୍ୱାଇଁଙ୍କ ଘରୁ ବାଇକ ଯୋଗେ ସୋର ଅଭିମୁଖେ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ଜାତୀୟ ରାଜପଥ ସଂପ୍ରାସରଣ ଦାୟିତ୍ୱରେ ଥିବା ଏକ ଠିକା ସଂସ୍ଥାର ହାଇୱା ଟ୍ରକଟି ଏହି ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଖବର ପାଇ ଜାରକା ବିଟ ହାଉସ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.