Below header

ଧବଳେଶ୍ୱରଙ୍କ ପୀଠରେ ଜାରି ହେବ ୧୪୪ ଧାରା, ମକର ସଂକ୍ରାନ୍ତି ପାଇଁ କଡା କଟକଣା

ଆଠଗଡ (କେନ୍ୟୁଜ୍‌) : ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା। ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତିରେ ଧବଳେଶ୍ବରଙ୍କ ପୀଠରେ ବନ୍ଦ ରିହବ ସାଧାରଣ ଦର୍ଶନ । ପ୍ରଶାସନ ପକ୍ଷରୁ ଧବଳେଶ୍ବରଙ୍କ ପୀଠରେ ଜାରି ହେଲା ୧୪୪ ଧାରା । ଭିଡ ଏବଂ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ହଜାର ହଜାର ଲୋକଙ୍କର ଏଠାରେ ଭିଡ ଜମିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୀଠରେ ୧୪୪ ଧାରା ଜାରି କରାଯାଇଛି । ତେବେ ମକର ସଂକ୍ରାନ୍ତିରେ ଧବଳେଶ୍ଵରଙ୍କ ପୀଠକୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.