ପୁଣି ଲଭ୍-ସେକ୍ସ-ଧୋକା: ବ୍ଲାକମେଲିଂ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ବିବାହିତା ମହିଳା

ବାଲେଶ୍ୱର(କେନ୍ୟୁଜ୍): ପୁଣି ଲଭ୍-ସେକ୍ସ-ଧୋକା। ଇଣ୍ଟରନେଟରେ ମହିଳାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ ପରେ ପ୍ରେମ ନିବେଦନ। ସମ୍ପର୍କ ନିବିଡ଼ ହେବାପରେ ନିଶାଦେଇ ଦୁଷ୍କର୍ମ । ଏଭଳି ଏକ ଅଭିଯୋଗ ଏବେ ନୀଳଗିରି ସହର ସିମୁଳିଆ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଥାନାରେ ମହିଳାଙ୍କ ଅଭିଯୋଗ ପରେ ରସିକିଆ ପ୍ରେମିକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ନୀଳଗିରି ପୋଲିସ୍ ।

ଯାହା ଜଣାପଡିଛି ବିବାହିତ ମହିଳାଙ୍କ ସହ ଯୁବକ ଜଣକ ଅନଲାଇନରେ ଚାଟିଂ କରିବା ପରେ ବିଶ୍ୱାସ ଜିତିଥିଲା । ଏହାପରେ ୨ଜଣଙ୍କ ମଧ୍ୟରେ ହୋଇଥିବା ଅନ୍ତରଙ୍ଗ ସମ୍ପର୍କର ଭିଡିଓ ଉତ୍ତୋଳନ କରି ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା। ଏନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ଜଣେ ୨୩ବର୍ଷୀୟା ମହିଳା। ନୀଳଗିରି ଥାନା ଅଧିନ ସିମୁଳିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଯାଜପୁର ଅଞ୍ଚଳର ଏହି ଯୁବତୀ ଜଣକ ବିବାହ କରି ବେଶ ହସ ଖୁସିର ଥିଲେ। ତାଙ୍କର ୪ ବର୍ଷୀର ଝିଅଟିଏ ମଧ୍ଯ ଅଛି । କିନ୍ତୁ ତିନି ବର୍ଷପୂର୍ବେ ସୋସିଆଲ ମିଡ଼ିଆ ମାଧ୍ୟମରେ ସେହି ସିମୁଳିଆ ଅଞ୍ଚଳର ଅନ୍ଯ ଜଣେ ଯୁବକ ତାଙ୍କୁ ବାରମ୍ବାର ବନ୍ଧୁତ୍ୱ ସ୍ଥାପନ ପାଇଁ ନିବେଦନ କରି ଆସୁଥିଲା ଏବଂ ଯୁବକଙ୍କ ଜାଲରେ ମହିଳା ଜଣଙ୍କ ଶେଷରେ ଫସିଯାଇଥିଲେ।

ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେ ମହିଳାଙ୍କୁ ମୃଦ୍ୟୁପାନୀୟରେ ନିଶାଦେଇ ସଂପର୍କ ରଖି ମୋବାଇଲରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲା ଯୁବକ ଜଣକ। ଏହାପରେ ବ୍ଲାକମେଲ୍‌ କରିବା ଆରମ୍ଭ କରିଦେଲା। ଶେଷରେ କିଛି ଉପାୟ ନ ପାଇ ମହିଳା ଜଣଙ୍କ ସ୍ବାମୀଙ୍କ ଅଜାଣତରେ ଯୁବକଙ୍କୁ ୧ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ଯୁବକ ଜଣକ ବ୍ଲାକମେଲ୍ କରିବା ବନ୍ଦ କରିନଥିଲା । ଶେଷରେ ବାଧ୍ଯ ହୋଇ ମହିଳା ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନୀଳଗିରି ପୋଲିସ ରସିକିଆ ଯୁବକକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ସେପଟେ ଯୁବକ ଜଣକ ଏନ୍‌ ଏଚ୍‌ ଏ ଆଇ ର ଭ୍ଯାନ୍‌ ଚଳାଉଥିବା ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.