ରୁଷରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ, ସୁରକ୍ଷା ଦୃଷ୍ଟିରୁ ଉଜବେକିସ୍ତାନରେ ଲ୍ୟାଣ୍ଡିଂ କଲା ବିମାନ

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ବୋମା ବିସ୍ଫୋରଣ କରି ବିମାନକୁ ଉଡାଇ ଦେବାକୁ ଧମକ ମିଳିଛି । ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି। ଏହି ଖବର ପରେ ଭାରତ ସୀମାରେ ପ୍ରବେଶ କରିବା ପୂର୍ବରୁ ବିମାନକୁ ଉଜ୍ଜିବେକିସ୍ତାନକୁ ଡାଇଭର୍ଟ କରାଯାଇଛି । ସେଠାରେ ବିମାନଟି ଲ୍ୟାଣ୍ଡ କରିବା ଯାଞ୍ଚ ଜାରି ରହିଛି ।
ବିମାନରେ ୨୩୮ ଜଣ ଯାତ୍ରୀ ଏବଂ ୭ ଜଣ କ୍ର୍ୟୁ ମେମ୍ବର ଥିଲେ । ବିମାନଟି ରୁଷର ପେରମ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଅଜୁର ଏୟାରଲାଇନ୍ସ ଗୋଆ ପାଇଁ ଉଡାଣ ଭରିଥିଲା। ବିମାନ ନଂ ୨୪୬୩ ଭାରତୀୟ ସମୟ ୪.୩୦ରେ ଦକ୍ଷିଣ ଗୋଆର ଡାବୋଲିମ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବାର ଥିଲା। କିନ୍ତୁ ରାତି ୧୨.୩୦ରେ ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କୁ ଏହି ଇମେଲ ଆସିବା ପରେ ଉଜବେକିସ୍ତାନକୁ ବିମାନକୁ ଡାଇଭର୍ଟ କରାଯାଇଛି । ତେବେ ବିମାନକୁ ବୋମାରେ ଉଡାଇବା ଧମକ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ।
Post the alleged bomb scare on the Azur Air flight en route from #Moscow to #Goa – scanning of luggage and frisking of passengers nearly complete. Flight might be allowed to leave at 10am pic.twitter.com/SNST3XgweA
— Griha Atul (@GrihaAtul) January 10, 2023
ଗତ ୧୧ ଦିନ ମଧ୍ୟରେ ରୁଷୀୟ ଏୟାରଲାଇନ୍ସ ଏଜୁର ଫ୍ଲାଇଟ ସହ ଏହା ଦ୍ୱିତୀୟ ଥର ପାଇଁ ଘଟିଛି । ଏହା ପୂର୍ବରୁ ଗତ ୯ ତାରିଖ ବିଳମ୍ବିତ ରାତିରେ ମସ୍କୋରୁ ଗୋଆ ଯାଉଥିବ ଏଜୁର ଏୟାରଲାଇନ୍ସର ବିମାନ ଗୁଜରାଟ ଜାମନଗରରେ ଜରୁରୀ ଅବତରଣ କରିଥିଲା । ବିମାନରେ ବମ୍ ଥିବା ନେଇ ଗୋଆ ଟ୍ରାଫିକ କଣ୍ଟ୍ରୋଲକୁ ଇ-ମେଲ ଯୋଗେ ଖବର ମିଳିଥିଲା । ଏହାପରେ ପରେ ଏୟାର ଟ୍ରାଫିକ କଣ୍ଟୋଲ ପକ୍ଷରୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନାର ଏୟାର ବେସରେ ବିମାନକୁ ଜରୁରୀକାଳୀନ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।