ଯୁବକଙ୍କୁ ଧକ୍କା ଦେବା ପରେ କାର୍ ବନେଟ ଉପରେ ୧ କିମି ଘୋଷାଡି ନେଲେ ମହିଳା, ୫ ଗିରଫ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ କାରରେ ୧ କିମି ଘୋଷାଡି ନେଇଛନ୍ତି ଜଣେ ମହିଳା । ଦୁର୍ଘଟଣା ଘଟାଇବା ପରେ ଯୁବତୀ ଜଣକ କାରକୁ ଅଟାଇନଥିଲେ। ତେଣୁ ଯୁବକ ଜଣକ କାର୍ ଉପରକୁ ଡେଇଁ ବନେଟରେ ଲାଖି ୧ କିମି ଯାଇଥିଲେ । ଆଉ ଏହାର ଭିଡିଓ ଭାଇରଲ ହେଉଛି। ଏହି ମାମଲାରେ ପୋଲି ୫ ଜଣଙ୍କୁ ଗିରଫ କରିଛି ।
ପୋଲିସ କହିବା ମୁତାବକ, ଗାଡ଼ି ଚଳାଉଥିବା ଯୁବତୀ ଜଣଙ୍କ ହେଉଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ସହରର ଜ୍ଞାନ ଭାରତୀ ନଗର ରାସ୍ତାରେ ଜଣେ ଯୁବକଙ୍କୁ ବନେଟରେ ରଖି ଗୋଟିଏ କିମି ଯାଏ ଘୋଷାଡ଼ି ନେଇଥିଲେ । ଯୁବକ ଜଣଙ୍କ ବନେଟରେ ଲାଖି ଗାଡ଼ି ଅଟକାଇବାକୁ କହିଥିଲେ ମଧ୍ୟ ପ୍ରିୟଙ୍କା କିଛି ବି ଶୁଣି ନଥିଲେ। ପ୍ରିୟଙ୍କାଙ୍କ ଟାଟା ନେକ୍ସନ ପ୍ରଥମେ ତାଙ୍କ ମାରୁତି ସୁଜୁକି ସିଫ୍ଟକୁ ଧକ୍କା ଦେଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଉ ପ୍ରିୟଙ୍କା ଗାଡି ନେଇ ଖସିଯିବାକୁ ଚେଷ୍ଟା କରୁଥିଲେ ।
ଏହା ଦେଖି ଦର୍ଶନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଦର୍ଶନଙ୍କୁ ଧକ୍କା ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ଗାଡ଼ି ଉପରକୁ ଡେଇଁ ପଡ଼ିଥିଲେ। ଦର୍ଶନ ବନେଟରେ ଲାଖି ଥିବା ବେଳେ ପ୍ରିୟଙ୍କା ସେହିଭଳି ଅବସ୍ଥାରେ ପ୍ରାୟ ଗୋଟିଏ କିମି ଯାଏ ତାଙ୍କୁ ଘୋଷାଡ଼ି ନେଇ ଯାଇଥିଲେ। ଶେଷରେ ରାସ୍ତାରେ ଯାଉଥିବା ଲୋକଙ୍କ ବିରୋଧ ଯୋଗୁ ସେ ଗାଡ଼ି ଅଟକାଇଥିଲେ।
கார் பேனட்டில் இளைஞர்…3 கி.மீ தூரத்திற்கு இழுத்துச் சென்ற பெண்…பெங்களூருரில் அதிர்ச்சி சம்பவம்!https://t.co/wupaoCzH82 | #Bengaluru #Car #ViralVideos pic.twitter.com/iuGLcCKmVk
— ABP Nadu (@abpnadu) January 20, 2023
ଏହି ଘଟଣାରେ ପ୍ରିୟଙ୍କା, ଦର୍ଶନଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅନ୍ୟ ୩ ଜଣ ହେଲେ ଯଶବନ୍ତ, ସୁଜନ ଓ ବିନୟ। ପ୍ରିୟଙ୍କାଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। କେବଳ ସେତିକି ନୁହେଁ ମହିଳା ପ୍ରିୟଙ୍କାଙ୍କ ସ୍ୱାମୀ ପ୍ରମୋଦ ଦର୍ଶନ ଏବଂ ତାଙ୍କ ୩ ସାଙ୍ଗଙ୍କ ବିରୋଧରେ ମାରପିଟ୍ ଏବଂ ତାଙ୍କ ପତ୍ନୀଙ୍କ ସହିତ ଅସଦାଚରଣ କରୁଥିବା ଅଭିଯୋଗ କରି ମାମଲା ଦାଏର କରିଛନ୍ତି।
ସୂଚନାଯୋଗ୍ୟ, ଜଣେ ଯୁବକ ନିଜ ସ୍କୁଟରରେ ଜଣେ ୫୫ ବର୍ଷୀୟ ବୟସ୍କଙ୍କୁ ଘୋଷାଡି ନେଇଥିଲେ । ବେଙ୍ଗାଲୁରୁର ମଗାଡି ରୋଡ଼ରେ ମୁଥାପା ଶିବଯୋଗୀ ନାମକ ଥୋନ୍ତପୁର ଜଣେ ବୃଦ୍ଧ ନିଜ ମହିନ୍ଦ୍ରା ବୋଲେର ଯାଉଥିବା ବେଳେ ସାହିଲ ନାମକ ୨୫ ବର୍ଷୀୟ ଯୁବକ ଯିଏ ନିଜ ସ୍କୁଟରର ଧକ୍କା ଦେଇଥିଲା । ବୃଦ୍ଧ ଜଣକ ନିଜ ଗାଡି ଅଟକାଇ ଯୁବକକୁ ପଚାରିବାରୁ ଯୁବକ ଜଣଙ୍କ ବଚସା କରି ପଳାଇବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ବୃଦ୍ଧ ତାର ସ୍କୁଟର ପଛକୁ ଧରି ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାହିଲ ଗାଡିକୁ ଦ୍ରୁତ ଗତିରେ ଚଳାଇ ପଳାଇଥିଲା।