ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ); ଭୁବନେଶ୍ୱର ପଟିଆ ଷ୍ଟେସନରେ ଦୁଇ ଜଣ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ ରାଜ୍ୟ ବାହାରକୁ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ, ବାଙ୍କୀ ପଦନ ପୁରରୁ ଗିରଫ କଲା grp। ଅଭିଯୁକ୍ତର ନାଁ ବୁଲୁ ମଲ୍ଲିକ ବୋଲି ଜଣାପଡିଛି। ସେ ମଧ୍ୟ ମାଛ ଦୋକାନରେ କାମ କରୁଥିଲା।
ସୂଚନା ଯୋଗ୍ୟ, ସୋମବାର ରାତିର ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ପଟିଆ ରେଳ ଷ୍ଟେସନ ନିକଟରୁ ୨ ନାବାଳିକାଙ୍କୁ ୨ ଜଣ ଯୁବକ ପଟିଆ ଓଭରବ୍ରିଜ୍ ଉପରକୁ ନେଇ ଯାଇ ହାତ ଗୋଡ଼ ବାନ୍ଧି ରାତି ସାରା ଗଣଦୁଷ୍କର୍ମ କରିଥିଲେ। ଦୁଇ ପୀଡ଼ିତା ତା ପର ଦିନ ସକାଳେ ଘରକୁ ଫେରି ପରିବାରଲୋକଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ ଚାଇଲ୍ଡ ଲାଇନକୁ ଜଣାଇବା ସହ ଜିଆରପି ଥାନାରେ ଏତଲା ଦେଇଥିଲେ। ପରେ କମିଶନରେଟ ପୁଲିସ ଓ ଜିଆରପି ପୁଲିସ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲେ।