ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା
ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାଦେଲେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବାହାଲି ଗାଁର ମହିଳାମାନେ ଆଜି ଏଭଳି କିଛି ଦାବିନେଇ ଜିଲ୍ଲା ସଦର ମହକୁମାସ୍ଥିତ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଲେ ।

ସୁବର୍ଣ୍ଣପୁର(କେନ୍ୟୁଜ୍): ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାଦେଲେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବାହାଲି ଗାଁର ମହିଳାମାନେ ଆଜି ଏଭଳି କିଛି ଦାବିନେଇ ଜିଲ୍ଲା ସଦର ମହକୁମାସ୍ଥିତ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଲେ ।
ଗାଁରେ ବର୍ଷା ଦୁଇମାସ ଛାଡିଦେଲେ ଅନ୍ୟ ମାସ ମାନଙ୍କରେ ପାନୀୟ ଜଳ ସଂକଟ ଦେଖାଦେଉଛି । ଗାଁରେ ଏଯାଏଁ ଜଳଯୋଗାଣ ବ୍ୟବସ୍ଥା ହୋଇପାରି ନାହିଁ । ଏନେଇ ବାରମ୍ୱାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ନିରାଶ ହେବା ପରେ ଆଜି ଜିଲ୍ଲା ସଦର ମହକୁମାସ୍ଥିତ କାର୍ଯ୍ୟାଳୟକୁ ପହଞ୍ଚିଥିଲେ ଗାଁର ଶତାଧିକ ମହିଳା । ତରୁନ୍ତ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସେମାନେ ଦାବି ଜଣାଇଛନ୍ତି ।