ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୬ କୋଟିରୁ ଅଧିକ ମୂଲ୍ୟର ସୁନା, ତିନି ତସ୍କର ଗିରଫ

ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ମୁମ୍ବାଇ ବିମାନବନ୍ଦରରୁ ପାଖାପାଖି ୧୦ କିଲୋଗ୍ରାମରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି ।

ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ମୁମ୍ବାଇ ବିମାନବନ୍ଦରରୁ ପାଖାପାଖି ୧୦ କିଲୋଗ୍ରାମରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ, ମୁମ୍ବାଇ କଷ୍ଟମ ଜୋନ୍ ୪ ଦିନରେ ୬.୩୦ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି । ଏହି ଘଟଣାରେ ୩ ଜଣ ତସ୍କରଙ୍କୁ ମଧ୍ୟ ଗିରଫ କରାଯାଇଛି ।

ବିମାନବନ୍ଦର କମିଶନରେଟ୍‌ର ମୁମ୍ବାଇ କଷ୍ଟମ ଜୋନ୍-୩ କହିଛି ଯେ ୨୦୨୪ ଏପ୍ରିଲ ୧୧ରୁ ୧୪ ମଧ୍ୟରେ ପାଖାପାଖି ୧୦.୦୨ କିଲୋଗ୍ରାମରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ୬.୦୩ କୋଟି ଟଙ୍କା ଆକଳନ କରାଯାଇଛି ।

ମୁମ୍ବାଇ କଷ୍ଟମ୍ସରୁ ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୧୧ରୁ ୧୪ ମଧ୍ୟରେ ୧୨ଟି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ସୁନା ବିଭିନ୍ନ ଉପାୟରେ ଲୁଚାଯାଇଥିଲା । ଯେପରି କି, ମହମ, କଞ୍ଚା ଆଭୂଷଣ, ସୁନା ରଡ, ତସ୍କରଙ୍କ ଶରୀର ଭିତରେ ଏବଂ ଜିନିଷପତ୍ରରେ ଏକ ସରଳ ଉପାୟରେ ସୁନା ଲୁଚାଯାଇଥିଲା । ସେପଟେ ଏହି ମାମଲାରେ ତିନିଜଣ ତସ୍କରଙ୍କୁ ଗିରଫ କରାଯାଇଛି ।

ନାଇରୋବିରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ତିନିଜଣ ବିଦେଶୀ ନାଗରିକଙ୍କୁ ଅଟକାଯାଇଥିଲା । ସେମାନେ ହ୍ୟାଣ୍ଡ ବ୍ୟାଗ ଭିତରେ ଲୁଚାଇ ୨୪ କ୍ୟାରେଟ୍ ସୁନାର ୪୪ଟି ସୁନା ଇଟା ନେଇଯାଉଥିଲେ । ଏହି ସୁନାର ଓଜନ ୫୭୩୩ ଗ୍ରାମ ଥିଲା । ଅନ୍ୟ ଏକ ମାମଲାରେ ଦୁବାଇ, ଶାରଜାହ ଏବଂ ଆବୁଧାବିରୁ ଯାତ୍ରା କରୁଥିବା ୬ ଜଣ ଭାରତୀୟ ନାଗରିକଙ୍କୁ ଅଟକାଯାଇଥିଲା । ସେମାନେ ଅନ୍ତଃବସ୍ତ୍ର ଭିତରେ ୨୬୭୦ ଗ୍ରାମର ସୁନା ଲୁଚାଇ ନେଇଯାଉଥିବାର ଧରାପଡ଼ିଥିଲେ ।

ଏହିପରି ଦମାମରୁ ଯାତ୍ରା କରୁଥିବା ଜଣେ ଭାରତୀୟ ନାଗରିକଙ୍କୁ ଅଟକାଯାଇଥିଲା ଏବଂ ତାଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ, ତସ୍କର ସୁନା ଇଟା ଗିଳି ଦେଇଥିଲେ । ଉକ୍ତ ବ୍ୟକ୍ତିଙ୍କ ନିକଟରୁ ୨୩୩.୨୫୦ ଗ୍ରାମ ଓଜନ ବିଶିଷ୍ଟ ମୋଟ ୧୪ଟି ସୁନା ରଡ୍‌ ଜବତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.