ପୁଅକୁ ଫେରି ପାଇବା ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା

ପୁଅକୁ ଫେରି ପାଇବା ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି ପତ୍ନୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗୁଜି ଦରଡା ଅଞ୍ଚଳରେ । କୋଡ଼ିଏ ବର୍ଷ ତଳେ ଗୁଜି ଦରଡ଼ା ଗାଁର ସେକ୍‌ ଅବଦୁଲ ସଲାମଙ୍କ ସହ ପୁରୁଣା ବଜାର ଅଞ୍ଚଳର ରହେମୁତୁନ ବିବିଙ୍କର ଧୁମ୍ ଧାମ୍ରେ ବିବାହ ହୋଇଥିଲା ।

ଭଦ୍ରକ : ପୁଅକୁ ଫେରି ପାଇବା ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି ପତ୍ନୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗୁଜି ଦରଡା ଅଞ୍ଚଳରେ । କୋଡ଼ିଏ ବର୍ଷ ତଳେ ଗୁଜି ଦରଡ଼ା ଗାଁର ସେକ୍‌ ଅବଦୁଲ ସଲାମଙ୍କ ସହ ପୁରୁଣା ବଜାର ଅଞ୍ଚଳର ରହେମୁତୁନ ବିବିଙ୍କର ଧୁମ୍ ଧାମ୍ରେ ବିବାହ ହୋଇଥିଲା । ଉଭୟଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି, ଆରମ୍ଭରୁ ହସ ଖୁସିରେ ଚାଲିଥିଲା ସଂସାର ।

ଅଭିଯୋଗ ଅନୁଯାୟୀ, ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ରହେମାତୁନଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା । ତେଣୁ ସେ ବିଗତ ୧୦ ବର୍ଷ ହେଲା ଶାଶୁ ଘର ଛାଡ଼ି ବାପ ଘରେ ରହୁଛନ୍ତି । ବହୁ ଦୁଃଖ ଦୁର୍ଦ୍ଦଶାରେ ଚଳୁଛନ୍ତି । ଅନେକ ଥର ଶାଶୁ ଘରକୁ ଫେରିବା ପାଇଁ ଗୁହାରି କରିଥିଲେ ମଧ୍ୟ ସ୍ୱାମୀଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଚାହିଁ ନାହାନ୍ତି ।

ଏପଟେ ଆହୁରି ବଡ଼ ଦୁଃଖ ହେଉଛି ରହେମୁତନଙ୍କର ୮ ବର୍ଷର ପୁଅକୁ ମାଆ ସ୍ନେହରୁ ବଞ୍ଚିତ କରିଛନ୍ତି । ପୁଅକୁ ସାଙ୍ଗରେ ନେଇ ତାଙ୍କ ସ୍ୱାମୀ ରାଜ୍ୟ ବାହାରେ ରହୁଛନ୍ତି । ତେଣୁ ସେ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ତାଙ୍କ ସ୍ୱାମୀ ବାରମ୍ବାର କୋର୍ଟରୁ ତାରିଖ ନେଇ ଦିନ ଗଡ଼ାଉଛନ୍ତି । ଶେଷରେ ନିରାଶ ହୋଇ ରହେମୁତନ ତାଙ୍କ ନାବାଳିକା ଝିଅର ଚଳିବା ପାଇଁ ଆବଶ୍ୟକ ଖର୍ଚ୍ଚ ଏବଂ ନିଜର ପୁଅକୁ ନିଜ ପାଖକୁ ଫେରାଇ ଆଣିବା ଦାବି କରି ଶାଶୁଘର ଆଗରେ ଆହୋରାତ୍ର ଧାରଣାରେ ବସିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି କି ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ କରିଛନ୍ତି ଅବଦୁଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.