‘ମୋତେ ମୋ ଝିଅ ଦରକାର, ନଚେତ ଏଇଠି ଜୀବନ ହାରିବି’ କହି ଏସପି ଅଫିସରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

କେନ୍ଦୁଝର (କେନ୍ୟୁଜ): ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଖୋଜ ହେବା ଘଟଣାରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନା ରୁ କୌଣସି ସୁଫଳ ନପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇ ଥିଲେ । ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନପାଇବାରୁ ଆଜି ବାଧ୍ୟ ହୋଇ ଏସପି ଅଫିସ୍ ରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଠିକ ସମୟରେ ପୋଲିସ ପହଞ୍ଚି ଆତ୍ମହତ୍ୟାରୁ ବାରଣ କରିଥିଲେ । ମହିଳା ଜଣଙ୍କ ଏସପିଙ୍କୁ ଭେଟିବାକୁ ଜିଦ କରିବାରୁ ତାଙ୍କୁ ଏସପିଙ୍କୁ ଭେଟିବାକୁ ଦିଆଯାଇଥିଲା । ଏସପିଙ୍କୁ ଭେଟି ବାହାରକୁ ଆସି ମହିଳା ଜଣଙ୍କ କହିଥିଲେ ତାଙ୍କୁ ଆଗ ଗିରଫ କରିବାକୁ କହିଛନ୍ତି । ତାପରେ ତାଙ୍କ ଝିଅ କୁ ଖୋଜାଜିବ। ହେଲେ ଝିଅକୁ ଖୁବ୍ ଶିଘ୍ର ଖୋଜି ଆଣିବାକୁ ପୋଲିସକୁ କୁହା ଯାଇଥିବା ଏସପି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.