ଜଗତସିଂହପୁରରେ ଅଘଟଣ: ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ମୃତ, ପୋଡିଗଲା ଘର

ଜଗତସିଂହପୁର(କେନ୍ୟୁଜ୍‌): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମରେ ଅଘଟଣ । ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ମୃତ। ମହିଳା ଜଣକ ହେଲେ ବିଦ୍ୟାଧରପୁର ପଂଚାୟତର ୧ନମ୍ବର ୱାର୍ରର ୱାର୍ଡ ମେମ୍ବର ସରସ୍ୱତୀ ସେଠି। ସେ ଘରେ ରୋଷେଇ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ନିଆଁ ଘରେ ମଧ୍ୟ ଲାଗି ଯିବାରୁ ଘର ବି ପୋଡି ଯାଇଛି ।

ଖବର ପାଇ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲେ। ସରସ୍ୱତୀଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ମେଡିକାଲ ନିଆ ଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ଯୁ ହୋଇଛି। ତାଙ୍କର ଦୁଇ ପୁଅ ଅଛନ୍ତି ଓ ସ୍‌ୱାମୀ ସୁରେନ୍ଦ୍ର ସେଠି ଚାଷବାସ କାର୍ଯ୍ଯ କରନ୍ତି । ଏହି ଖବର ପଂଚାୟତରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ସରପଂଚ ସରସ୍ୱତୀଙ୍କ ଘରେ ପହଂଚି ସବୁ ବ୍ଯବସ୍ତା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.