ପାଖେଇ ଆସୁଛି ବ୍ରଜରାଜନଗର ଉପନିର୍ବାଚନ, ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ବ୍ରଜରାଜନଗର(କେନ୍ୟୁଜ୍‌): ପାଖେଇ ଆସୁଛି ବ୍ରଜରାଜନଗର ଉପନିର୍ବାଚନ। ଭୋଟିଂକୁ ଆଉ ୧୩ ଦିନ ବାକି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଜମିଆସୁଛି ପ୍ରଚାର। ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ଦମ୍‌ ଲଗାଇଛନ୍ତି ୩ ଦଳ।

ବିଭିନ୍ନ ଦଳର ହେଭିୱେଟ୍‌ ନେତା କର୍ମୀଙ୍କୁ ଉତ୍ସାହିତ କରିବାକୁ ସଭାସମିତ କରୁଛନ୍ତି। କର୍ମୀଙ୍କୁ ପ୍ରଚାର ମନ୍ତ୍ର ଦେଉଛନ୍ତି ନେତା। ହେଭିୱେଟ୍‌ ନେତାଙ୍କ ଭିଡ଼ ଲାଗିଲାଣି। ବିଜେଡି ସମରସଜ୍ଜା କରି ସାରିଛି।

କେଉଁ ନେତା କେଉଁ ଅଂଚଳର ଦାୟିତ୍ୱରେ ରହିବେ ତାହା ଚୂଡାନ୍ତ କରିଛି ଦଳ। ବିଜେପି-କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରି ସାରିଛନ୍ତି । ଆସନ୍ତା ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ହେବ। ଜୁନ ୩ରେ ଭୋଟ ଗଣତି ଓ ଫଳାଫଳ ବାହାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.