ଜଳଖିଆ ଦୋକାନରେ ଅଚାନକ ଫାଟିଲା ଗ୍ୟାସ୍ ଟାଙ୍କି, ୬ ଜଣ ଦୋକାନୀଙ୍କ ୮ ବଖରା ଘର ପୋଡି ଜଳି ପାଉଁଶ

ଭଦ୍ରକ(କେନ୍ୟୁଜ୍‌): ଜଳଖିଆ ଦୋକାନରେ ଗ୍ୟାସ ଲଗାଇ ମସଲା ବଘାରୁଥିବା ବେଳେ ଅଚାନକ ଫାଟିଲା ଗ୍ୟାସ୍ ଟାଙ୍କି। ନିଆଁ ଲାଗି ୬ ଜଣ ଦୋକାନୀଙ୍କ ୮ ବଖରା ଘର ପୋଡି ଜଳି ପାଉଁଶ। ଏଭଳି ଘଟଣା ଘଟିଛି ଭଦ୍ରକ -ଆଖଣ୍ଡଳମଣି ରାଜ୍ୟ ରାଜପଥର ସାତ ଭଉଣୀ ବଜାରରେ। ଆଜି ଜଣେ ଜଳଖିଆ ଦୋକାନୀ ସକାଳୁ ଗ୍ୟାସ୍ ଚୁଲାରେ ଆଞ୍ଚ ଲଗାଇ ମସଲା ବଘାରୁଥିବା ବେଳେ ହଟାଠ୍ ଗ୍ୟାସ ଟାଙ୍କିଟି ଫାଟି ଯାଇ ନିଆଁ ଲାଗିଥିଲା।

ନିମିଷକ ମଧ୍ୟରେ ନିଆଁ ସେହି ଦୋକାନୀଙ୍କ ଘର ସହିତ ଅନ୍ୟ ଦୋକାନୀ ମାନଙ୍କ ଘରେ ବ୍ଯାପି ଯାଇଥିଲା। ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ତେବେ ଦମକଳ ଆସିବା ବେଳକୁ ୬ଜଣ ଦୋକାନୀଙ୍କ ଘର ପୋଡି ଜଳି ଯାଇଥିଲା। ତେବେ ବିଳମ୍ବରେ ଦମକଳ ପହଂଚିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ଦେଖାଯାଇଥିଲା। ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ଯାଇଛି ଓ ଜଣେ ଦୋକାନୀ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.