ଚୌଦ୍ୱାର ଜେଲ ପରିଦର୍ଶନ କଲେ ଜାତୀୟ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟା, ମହିଳା କଏଦୀଙ୍କ ସୁରକ୍ଷା କଲେ ଯାଞ୍ଚ

କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ପରିଦର୍ଶନ କଲେ ଜାତୀୟ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟା। ତା ସହ ମହିଳା କଏଦୀମାନଙ୍କର ସୁରକ୍ଷା ଯାଞ୍ଚ କରିଛନ୍ତି। ଜେଲ ପରିସରରେ ଥିବା ୪୦ଜଣ ମହିଳା କଏଦୀମାନଙ୍କ ମଧ୍ୟରୁ ୨୭ଜଣ ବିଚାରଧୀନ କଏଦୀ ଓ ୧୩ ଜଣ ବିଚାର ଶେଷ ହୋଇଥିବା କଏଦୀ ଅଛନ୍ତି । ସେମାନେ ଜେଲ୍‌ ପରିସରରେ କିଭଳି ରହୁଛନ୍ତି, ସେ ବିଷୟରେ ପଚାରି ବୁଝିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ନେହାଞ୍ଜଳୀ ମହାନ୍ତି, କୁସୁମ ରଥ, ସସ୍ମିତା ନନ୍ଦ ଓ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଗାର୍ଗୀ ପଟ୍ଟନାୟକ, ପ୍ୟାନେଲ ବୋର୍ଡ ସଦସ୍ୟ ବିପିନ୍‌ ଚୌଧୁରୀଙ୍କ ସମେତ ଚୌଦ୍ୱାର ପୋଲିସ ଅଂଶଗ୍ରହଣ କରିଥିଲେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.