Below header

ମହିଳାଙ୍କ ସୁରକ୍ଷା ସହ ବିଭିନ୍ନ ଦୁଷ୍କର୍ମ ଘଟଣାର ପ୍ରତିବାଦ , ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବ ମହିଳା କଂଗ୍ରେସ

ଭୁବନେଶ୍ବର(କେନ୍ୟୁଜ୍) : ମହିଳାଙ୍କ ସୁରକ୍ଷା ସହ ଦିନକୁ ଦିନ ବିଭିନ୍ନ ଦୁଷ୍କର୍ମ ଘଟଣାକୁ ମହିଳା କଂଗ୍ରେସର ବିରୋଧ । ଆଜି ସାରା ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ସହ ପ୍ରତିବାଦ ସଭା କରାଯିବ । ରାଜ୍ୟରେ ନାବାଳିକା ସୁରକ୍ଷିତ ନୁହନ୍ତି । କନ୍ଧମାଳ ଓ ଢେଙ୍କାନାଳରେ ସେବାଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣା ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ଆଗକୁ ଏ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ମଧ୍ୟ ମହିଳା କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ର ଦିଆଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.