Below header

ଘନ କୁହୁଡିରେ ଆଚ୍ଛାଦିତ ରାଜଧାନୀ , ରାସ୍ତାରେ ଦେଖାଯାଉ ନାହିଁ ମୁହଁକୁ ମୁହଁ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ସକାଳୁ କୁହୁଡିର ବଳୟ ଭିତରେ ଦେଖିବାକୁ ମିଳିଛି ରାଜଧାନୀ । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ହେଡଲାଇଟ୍ ଦେଇ ଗାଡି ଚଳାଉଛନ୍ତି।

asdଜାତୀୟ ରାଜପଥରରେ ବିଭିନ୍ନ ସ୍ଥାନରେ ବଡ ଗାଡି ସବୁ ଅଟକି ରହିଛନ୍ତି । ଚଳିତ ବର୍ଷ ଶୀତର ପ୍ରକୋପ ରେକର୍ଡ ଭାଙ୍ଗିଥିବାବେଳେ ଆଜିର କୁହୁଡି ମଧ୍ୟ ଚଳିତ ବର୍ଷର ରେକର୍ଡ ଭାଙ୍ଗିଛି । କୁହୁଡିର ପ୍ରକୋପ ଏତେ ମାତ୍ରାରେ ରହିଛି କି ଗାଡି ଚଳାଇବା ବେଳେ ଝିପଝିପ ପାଣି ଝିଟା ଶରୀରକୁ ଭିଜାଇଦେଉଛି । ସେପଟେ ପାଣିପାଗ ବିଭାଗ କହିଛି, ୨୪ ଘଣ୍ଟା ପର‌୍ୟ୍ୟନ୍ତ ରାତିର ତାପମାତ୍ରା ଏକରୁ ଦୁଇ ଡିଗ୍ରୀ ହ୍ରାସ ପାଇବ । ଶୀତ ସାଙ୍ଗକୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ କୁହୁଡି ହେବା ଆଶଙ୍କା ରହିଛି । ହେଲେ ଦିନର ତାପମାତ୍ରା ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.