କିସ୍ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ଜନଜାତି ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ଉପରେ ଜାତୀୟ ଆଲୋଚନାଚକ୍ର

ଆଲୋଚନାଚକ୍ରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ଆୟୋଗର ଅଧ୍ୟକ୍ଷ ପ୍ରଫେସର ଗିରିଶ ନାଥ ଝା କହିଲେ ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ବ୍ୟାପକ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ):କିସ୍ ବିଶ୍ୱବିଦ୍ୟାଳୟରେ ଜନଜାତି ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ଉପରେ ଜାତୀୟ ଆଲୋଚନାଚକ୍ର ଆଜି ଉଦଘାଟିତ ହୋଇଛି । କିସ୍ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ଆୟୋଗର ମିଳିତ ସହଯୋଗରେ ଆୟୋଜିତ ଏହି ଆଲୋଚନାଚକ୍ର ଦୁଇଦିନ ଧରି ଚାଲିବ । ଆଲୋଚନାଚକ୍ରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ଆୟୋଗର ଅଧ୍ୟକ୍ଷ ପ୍ରଫେସର ଗିରିଶ ନାଥ ଝା କହିଲେ ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ବ୍ୟାପକ ହୋଇଛି । ଏହାରି ମାଧ୍ୟମରେ ଜନଜାତି ମହିଳା କିପରି ଅଧିକ ସଶକ୍ତ ହୋଇପାରିବେ ଓ ଜନଜାତି ଶିଶୁଙ୍କ ବିକାଶ କରାଯାଇପାରିବ ସେଥିପାଇଁ ଏହି ଦୁଇଦିନିଆ ଆଲୋଚନାଚକ୍ର ଆୟୋଜନ କରାଯାଇଛି ।

ଜନଜାତିଙ୍କ ଭାଷାରେ ଏହିସବୁ ବୈଜ୍ଞାନିକ ଓ ବୈଷୟିକ ଶବ୍ଦର ଅନୁବାଦ ହେଲେ ସେମାନେ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନର ବ୍ୟବହାର ସମ୍ପର୍କରେ ଜାଣି ଅଧିକ ସଶକ୍ତ ହୋଇପାରିବେ । ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ଆୟୋଗର ବରିଷ୍ଠ ସାଇନ୍ଟିଫିକ୍ ଅଫିସର ଡ. ଭୀମସେନ ବେହେରା କହିଲେ, ଶିକ୍ଷା ମାଧ୍ୟମରେ ଜନଜାତି ମହିଳା ସଶକ୍ତ ହୋଇପାରିବେ । ଏଥିପାଇଁ କିସଠାରୁ ବଳି ଆଉ ପ୍ରକୃଷ୍ଠ ଅନୁଷ୍ଠାନ ନାହିଁ । ଏହି କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆୟୋଗର ସହକାରୀ ନିର୍ଦ୍ଦେଶକ ଚକପ୍ରମ ବିନୋଦିନୀ ଦେବୀ ଆଲୋଚନାଚକ୍ର ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ, ପ୍ରଫେସର ଶଶାଙ୍କ ଚୁଡାମଣୀ, ରାଜ୍ୟ ଶିଶୁ ଅଧିକାର ଆୟୋଗର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.