Below header

ଏସିଆ କପ୍‌ : ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ, ଜାଣନ୍ତୁ କେତେ ଦାମ୍‌

ଆସନ୍ତା ସେପଟେମ୍ବର ୨ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

ନୂଆଦିଲ୍ଲୀ : ଚଳି ମାସ ଶେଷ ଭାଗରେ ଆରମ୍ଭ ହେଉଥିବା ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ-ପାକିସ୍ତାନ ମ୍ୟାଚ୍‌ । ଏହି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ । ମ୍ୟାଚ୍‌ ପାଇଁ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି ।

ଆସନ୍ତା ସେପଟେମ୍ବର ୨ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମ୍ୟାଚ୍‌ଟି ମୁଥେୟା ମୁରଲୀଧରନ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌୍‌ରେ ଅନୁଷ୍ଠିତ ହେବ । ତେବେ ବାସ୍ତବରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହେଉଛି ପାକିସ୍ତାନ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ମ୍ୟାଚ୍‌ ଶ୍ରୀଲଙ୍କାରେ ଆୟୋଜିତ ହେଉଛି । ହେଲେ ଟିକେଟ୍‌ ବିକ୍ରି ଦାୟିତ୍ୱ ରହିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ ହାତରେ । ଆଜିଠାରୁ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ତେବେ କେବଳ ବଡ଼ ମ୍ୟାଚ୍‌ଗୁଡ଼ିକୁ ଛାଡ଼ି ଦେଲେ ଅନ୍ୟ ମ୍ୟାଚ୍‌ର ଟିକେଟ୍‌ ଜଣ ପିଛା ୪ଟି ଲେଖାଏଁ ଦିଆଯାଉଛି । ଭାରତ-ପାକିସ୍ତାନ ଭଳି ବଡ଼ ମ୍ୟାଚ୍‌ ପାଇଁ ଜଣ ପିଛା ୨ଟି ଟିକେଟ୍‌ ଦିଆଯାଉଥିବା ସୂଚନା ମିଳିଛି ।

ଟିକେଟ୍‌୍‌ର ମୂଲ୍ୟ ଭାରତୀୟ ରାଶିରେ ୨୪୯୨ ଟଙ୍କା ବା ୩୦ ଡଲାର ରହିଛି । ଗ୍ରାଣ୍ଡ ଷ୍ଟାଣ୍ଡ ଟପ୍‌ ଲେବୁଲ ଏ ଓ ବି ସିଟ୍‌୍‌ର ମୂଲ୍ୟ ୩୦୦ ଡଲାର ବା ୨୪ ହଜାର ୯୨୬ ଟଙ୍କା ରହିଛି । ଏ ଓ ବି ଲୋୟର ଷ୍ଟାଣ୍ଡ ଟିକେଟ୍‌ ମୂଲ୍ୟ ୧୨୫ ଡଲାର ଅର୍ଥାତ୍‌ ୧୦ ହଜାର ୩୮୬ ଟଙ୍କା ରହିଥିବା ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.