ଖୋର୍ଦ୍ଧା: ସବିତ୍ରୀ ଦିନ ବିଦ୍ୟୁତ ଆଘାତରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମରେ ଘଟିଛି ଅଘଟଣ।ବିଦ୍ୟୁତ ଆଘାତରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ଡମଣଭୂଇଁ ଗାଁର ବିନି ଦଳାଇ ବୋଲି ଜଣା  ପଡିଛି। ମିଳିଥିବା ସୂଚନା ମୁତାବକ ହାତୀ,ପାତୀ,ବାରହା ଭଳି ଜଙ୍ଗଲି ଜନ୍ତୁ କବଳରୁ ରକ୍ଷା ପାଇବା ପାଇଁ  ସନାତନ ଭୋଳ ନାମକ ଜଣେ ବ୍ୟକ୍ତି   ତାଙ୍କ ଫସଲ ଜମିରେ ବିଦ୍ୟୁତ ତାର ବିଛାଇଥିଲେ।

 

electric deathସନାତନ ଫସଲ କିଆରୀରେ ବିନି କାମକରିବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।ବିନିର ପରିବାର ଲୋକେ ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ।ବିନିର ମୃତ୍ୟୁ ନେଇ ଗାଁରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି  ସ୍‌ଷ୍ଟି ହୋଇଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.