Below header

ବିଶ୍ୱପ୍ରସିଦ୍ଧ ଧନୁଯାତ୍ର: କୃଷ୍ଣଙ୍କ ଆଗମନ ପରେ ଉତ୍ସବମୁଖର ଗୋପପୁର, ବାଳ କୃଷ୍ଣଙ୍କୁ ଦେଖିବାକୁ ନନ୍ଦ ଭବନରେ ଭିଡ଼

ବରଗଡ଼ରେ ଧନୁଯାତ୍ରର ଧୂମ । ଶ୍ରୀକୃଷ୍ଣ ଆସିବା ପରେ ଖୁସିରେ ଅଧୀର ହୋଇ ପଡିଛନ୍ତି ନନ୍ଦ ରାଜା , ଯଶୋଦା ଏବଂ ଗୋପପୁରବାସୀ । ବାଳ କୃଷ୍ଣଙ୍କୁ ଦେଖିବାକୁ ନନ୍ଦ ଭବନରେ ଭିଡ଼ ଲାଗି ରହିଛି ।

ବରଗଡ଼ (କେନ୍ୟୁଜ): ବରଗଡ଼ରେ ଧନୁଯାତ୍ରର ଧୂମ । ଗତକାଲି ତୃତୀୟ ଦିନରେ ଗୋପପୁର ସାଜିଥିବା ଅମ୍ବାପାଲି ଉତ୍ସବ ମୁଖର ହୋଇଉଠିଛି । ଶ୍ରୀକୃଷ୍ଣ ଆସିବା ପରେ ଖୁସିରେ ଅଧୀର ହୋଇ ପଡିଛନ୍ତି ନନ୍ଦ ରାଜା , ଯଶୋଦା ଏବଂ ଗୋପପୁରବାସୀ । ବାଳ କୃଷ୍ଣଙ୍କୁ ଦେଖିବାକୁ ନନ୍ଦ ଭବନରେ ଭିଡ଼ ଲାଗି ରହିଛି । ‘ଆହା ମୋ ନନ୍ଦ କୋଳେ ଗୋବିନ୍ଦ ’ ଗୀତର ତାଳେ ତାଳେ ହଜି ଯାଉଛନ୍ତି ମହିଳା ଓ ପୁରୁଷ । କୃଷ୍ଣଙ୍କୁ ଧରି ନନ୍ଦ ରାଜା ଓ ଯଶୋଦାଙ୍କ ସହ ଗୋପପୁର ବାସୀ ନଗର ଭ୍ରମଣ କରିଛନ୍ତି।

ଏପଟେ ହାତୀ ପିଠିରେ ନଗର ଭ୍ରମଣ ବେଳେ ନିୟମ ଖିଲାପକାରୀଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ମହରାଜ କଂସ। ସାଙ୍ଗରେ ଅଛନ୍ତି ମହା ମନ୍ତ୍ରୀ , ସୈନ୍ୟ, ସାମନ୍ତ । ମଥୁରା ନଗରୀର ପ୍ରଜାଙ୍କ ସୁଖ ଦୁଃଖ ବୁଝିଛନ୍ତି । ଆଜି ଧନୁଯାତ୍ରାର ଚତୁର୍ଥ ଦିବସ । ଗୋପପୁରରେ ଶ୍ରୀକୃଷ୍ଣ ଙ୍କ ବାଲ୍ୟ ଲିଳା , କଂସ ପ୍ରେରିତ ପୁତନା ,ବକା , ଶକଟା , ଆଦି ଅଷ୍ଟ ମଲ୍ଲ ବୀର ରାକ୍ଷସ ରାକ୍ଷସିଙ୍କ କୃଷ୍ଣ ହାତରେ ବଧ ଦୃଶ୍ୟ ଅଭିନୀତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.