Below header

ମଣିପୁରରେ ପୁଣି ହିଂସା: ବୋମା ଓ ଗ୍ରେନେଡ ମାଡରେ ୨ କମାଣ୍ଡୋ ସହିଦ୍, ବିହୁ ସୁରକ୍ଷାକର୍ମୀ ଆହତ

ମଣିପୁରରେ ତାଜା ହିଂସା । ଆକ୍ରମଣକାରୀଙ୍କ ବୋମା ଓ ଗ୍ରେନେଡ ମାଡ଼ରେ ୨ ଜଣ କମାଣ୍ଡୋ ସହିଦ । ଆହୁରି ୨ ଜଣ କମାଣ୍ଡୋଙ୍କୁ ଗୁରୁତର ଅବସ୍ଥାରେ ଇମ୍ପାଲ ଏୟାର ଲିଫ୍ଟ କରାଯାଇଛି ।

ନୂଆଦିଲ୍ଲୀ : ମଣିପୁରରେ ତାଜା ହିଂସା । ଆକ୍ରମଣକାରୀଙ୍କ ବୋମା ଓ ଗ୍ରେନେଡ ମାଡ଼ରେ ୨ ଜଣ କମାଣ୍ଡୋ ସହିଦ । ଆହୁରି ୨ ଜଣ କମାଣ୍ଡୋଙ୍କୁ ଗୁରୁତର ଅବସ୍ଥାରେ ଇମ୍ପାଲ ଏୟାର ଲିଫ୍ଟ କରାଯାଇଛି । ରାଜଧାନୀ ଇମ୍ଫାଲଠାରୁ ୧୧୦ କିଲୋମିଟର ଦୂରରେ ଥିବା ମିଆଁମାର ସୀମାନ୍ତ ସହର ମୋରେହରେ ଗତକାଲି ସକାଳୁ ହୋଇଥିବା ଆକ୍ରମଣରେ ମଣିପୁର ପୋଲିସ କମାଣ୍ଡୋଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆକ୍ରମଣକାରୀମାନେ ବୋମା ଫିଙ୍ଗି ମୋରେହ ନିକଟସ୍ଥ ଏକ ସୁରକ୍ଷା ପୋଷ୍ଟ ଉପରେ ଗୁଳି ଚଳାଇଥିଲେ । ସହିଦ କମାଣ୍ଡୋ ୨ଜଣ ଆଇଆରବି କର୍ମଚାରୀ ୱାଙ୍ଗକେମ ସୋମୋରଜିତ ଓ ଅନ୍ୟ ଜଣେ ତାଖେଲାମ୍ବମ ଶୈଲେଶ୍ବର ବୋଲି ଜଣାପଡିଛି । ଜଣେ ପୋଲିସ ଅଧିକାରୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ଆଦିବାସୀଙ୍କୁ ଗିରଫ କରିବାକୁ ନେଇ କୁକି ଗୋଷ୍ଠୀର ବ୍ୟାପକ ବିରୋଧ ମଧ୍ୟରେ ଏହି ନୂଆ ହିଂସା ଘଟିଛି ।

ଏହାପୂର୍ବରୁ ଶାନ୍ତି ଉଲ୍ଲଂଘନ ହେବା ସମ୍ଭାବନା ଓ ତେଙ୍ଗନୁପାଲ ରାଜସ୍ୱ ଅଧୀନରେ ମାନବ ଜୀବନ ତଥା ସମ୍ପତ୍ତି ପ୍ରତି ବିପଦ ଆଶଙ୍କା କରି ମଣିପୁର ସରକାର ଜାନୁଆରୀ ୧୬ ସକାଳ ୧୨ଟାରୁ କର୍ଫ୍ୟୁ ଲାଗୁ କରିଥିଲେ । ମୋରେହରୁ ରାଜ୍ୟ ପୋଲିସ ହଟାଇବା ଏବଂ କେବଳ କେନ୍ଦ୍ରୀୟ ବାହିନୀ ରଖିବାକୁ କୁକି ଜନଜାତି କେନ୍ଦ୍ରକୁ କହିଛନ୍ତି । ସେମାନେ କୁକି ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିବା ପୋଲିସ ଅଭିଯୋଗ କରିଛି । ଗତବର୍ଷ ମେ ୩ରେ ଆରମ୍ଭ ହୋଇଥିବା ମଣିପୁର ହିଂସାରେ ୧୮୦ରୁ ଅଧିକ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.