ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା: ଦୁଇବର୍ଷ ପରେ ଚଳଚଞ୍ଚଳ ମହିମାଗାଦୀ

ଢେଙ୍କାନାଳ(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଦୁଇବର୍ଷ ପରେ ମେଳା ଅନୁଷ୍ଠିତ ହେଉଥିବାରୁ ମହିମାଗାଦୀ ବେଶ ଚଳଚଞ୍ଚଳ ହୋଇଛି। ସକାଳୁ ସକାଳୁ ସମସ୍ତ ନୀତିକାନ୍ତି କରାଯାଇ ଶୂନ୍ୟ ମହାପ୍ରଭୁଙ୍କ ଉପାସନା କରାଯାଇଛି। ଆଜି ମାଘ ଚତୁର୍ଦ୍ଦଶୀ ଏବଂ ଆସନ୍ତା କାଲି ମାଘ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଓ ସୋମବାର ଦିନ ବାବା ପୂର୍ଣ୍ଣିମା ଭାବରେ ତିନିଦିନ ଧରି ଏହି ମେଳା ଅନୁଷ୍ଠିତ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଗାଦିମନ୍ଦିର ନିକଟରେ ସ୍ୱତନ୍ତ୍ର ବାରିକେଡ କରାଯାଇଛି। କୌପୁନୀଧାରୀ ମହିମା ସାଧୂ ଜ୍ୟୋତି ମନ୍ଦିର ପରିସରରେ ଝାଡ ଦୀପ ଜଳାଇଥିବା ବେଳେ ବକ୍କଳଧାରୀ ମହିମା ସାଧୂ ମାନେ ଗାଦୀ ମନ୍ଦିର ପରିସରରେ ଝାଡ ଦୀପ ଜଳାଇଛନ୍ତି ।

ମେଳାରେ ବିଶ୍‌ ଶାନ୍ତି ଓ ଜଗତ, ଭଗତ ମଙ୍ଗଳ ପାଇଁ ମହଣ , ମହଣ ଘିତ ଦ୍‌ାରା ଝାଡ଼ ଜାଳିବା ସହ ଅଗ୍ନି ଧୋନୀ ରେ ହଜାର,ହଜାର ନଡ଼ିଆ ପୋଡା ଯାଉଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଲୋକ ସାଧୁ , ସନ୍ଥ ଓ ପର୍ଯ୍ଯଟକ ମାନଙ୍କର ସମାଗମକୁ ଲକ୍ଷ୍ୟ ରଖି ସମସ୍ତ ବ୍ଯବସ୍ଥା କରାଯାଇ ଥିବା ଜିଲ୍ଲାପାଳ ସରୋଜ କୁମାର ସେଠୀ, sp ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ଶାନ୍ତି ସଂଙ୍ଖଳା ସହ ମେଳା ଅନୁଷ୍ଠିତ ହେଉଥିବା ବକଳ ଧାରୀ ଓ କୌପୁନୀ ଧାରୀ ସନ୍ଥ ମାନେ ମଧ୍ୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.