ଜଳେଶ୍ଵରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଜଳେଶ୍ଵର: ବାଲେଶ୍ଵର ଜଳେଶ୍ଵରରେ STF ଟିମର ଚଢଉ । ଏହି ସମୟରେ ଧରାପଡିଛି ୧ କେଜିରୁ ଅଧିକ ବ୍ରାଉନସୁଗର । ବ୍ରାଉନସୁଗର ଜବତ ସହ ଜଣକୁ ଗିରଫ କରିଛି STF । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଭୁବନେଶ୍ଵର STFର ଏକ ୧୨ ଜଣିଆ ସ୍ୱତନ୍ତ୍ର ଟିମ ଗତକାଲି ରାତିରେ ଜଳେଶ୍ଵର ଥାନା ଅନ୍ତର୍ଗତ ଝାଡେଶ୍ଵରପୁରରେ ଚଢ଼ଉ କରିଥିଲା ।

ସେଖ ମୁନାଫ ହୁସେନଙ୍କ ଘରେ ଅତର୍କିତ ଭାବରେ ଚଢଉ କରିଥିଲା STF । ଏହି ସମୟରେ କେଜିଏରୁ ଅଧିକ ବ୍ରାଉନସୁଗର ଜବତ ହୋଇଥିଲା । ଶେଖ ମୁନାଫକୁ ଗିରଫ କରିଛି STF । ଏତେ ପରିମାଣରେ ବ୍ରାଉନସୁଗର କେମିତି ଆସିଲା, ଆଉ କେଉଁ ମାନେ ଏଥିରେ ସାମିଲ ଅଛନ୍ତି, ଅଧିକ ଖୋଳତାଡ କରୁଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.