Whatsappରେ ସେଭ୍‌ କରନ୍ତୁ ଡକ୍ୟୁମେଣ୍ଟ ଓ ନୋଟ୍ସ, ଜାଣନ୍ତୁ ପର୍ସନାଲ ଡାଏରୀ ତିଆରି କରିବାର ଟେକ୍ନିକ୍‌

ଏବେ ସ୍ମାର୍ଟଫୋନ୍‌ର ବ୍ୟବହାର ପୂର୍ବ ତୁଳନାରେ ବହୁତ ବଢ଼ିଯାଇଛି। ଏଣୁ ପାଠପଢ଼ାଠୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ସବୁ କାମ ଏବେ ଇଣ୍ଟରନେଟ୍‌ ଓ ଫୋନ୍‌ ମାଧ୍ୟମରେ ହେଉଛି। ଏବେ ପ୍ରତିଦିନ ଆମେ ସେୟାର କରୁଥିବା ଡୁକ୍ୟମେଣ୍ଟକୁ ନେଇ ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ିଥାଉ। କାରଣ ଏହାକୁ ସେଭ୍‌ କରିବାରେ ସମସ୍ୟା ହୋଇଥାଏ। ଏଣୁ ଆଜି ଆମେ ଆପଣଙ୍କୁ ହ୍ଵାଟ୍ସଆପ୍‌ର ଏକ ଏଭଳି ଟ୍ରିକ୍‌ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ ଜରୁରୀ କାମ କିମ୍ବା ଡକ୍ୟୁମେଣ୍ଟକୁ ସେଭ୍‌ କରିପାରିବେ। ଖୁବ୍‌ ସହଜରେ ଆପଣ ହ୍ଵାଟ୍ସଆପ୍‌ରେ ପର୍ସନାଲ ଡାଏରୀ କିମ୍ବା ନୋଟ୍ସ ତିଆରି କରିପାରିବେ। ଆସନ୍ତୁ ଜାଣିବା ହ୍ଵାଟ୍ସଆପ୍‌ରେ ପର୍ସନାଲ ଡାଏରୀ ତିଆରି କରିବା ପାଇଁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ…

  • ଏଥିପାଇଁ ପ୍ରଥମେ ହ୍ଵାଟ୍ସଆପ୍‌ରେ ଏକ ନୂଆ ଗ୍ରୁପ୍‌ କ୍ରିଏଟ୍‌ କରନ୍ତୁ।
  • ଏହି ଗ୍ରୁପ୍‌ରେ ଆପଣ ସେଭ୍‌ କରୁଥିବା ଡକ୍ୟୁମେଣ୍ଟ ସହ ଜଡ଼ିତ ବ୍ୟକ୍ତିଙ୍କୁ ଆଡ୍‌ କରିପାରିବେ।
  • ଏହି ଗ୍ରୁପ୍‌ର ନାଁ ଡ୍ରାଫ୍ଟ କିମ୍ବା ଡାଏରୀ କିମ୍ବା ନିଜ ଇଚ୍ଛା ମୁତାବକ କିଛି ବି ରଖନ୍ତୁ।
  • ଏଠାରେ ଆପଣ ଯାହା ବି ସେଭ୍‌ କରିବାକୁ ଚାହୁଁଛନ୍ତି, ସିଧାସଳଖ ସେଣ୍ଡ୍‌ କରିପାରିବେ।
  • ଫଳରେ ଆଉ କେହି ଡିଷ୍ଟର୍ବ ହେବେ ନାହିଁ ଓ ଆପଣଙ୍କ ନୋଟ୍‌ ବି ସୁରକ୍ଷିତ ରହିବ।
  • ଆପଣ ଅଫିସ କିମ୍ବା କୌଣସି ପର୍ସନାଲ ଡକ୍ୟୁମେଣ୍ଟ ମଧ୍ୟ ଏହି ଗ୍ରୁପ୍‌ରେ ସେୟାର କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.