ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ଓ ପୁରୀ ସହର! ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଆସୁଛନ୍ତି ଏନଏସଜିର ଏକ ୫ ଜଣିଆ ଟିମ୍‌

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ଏନଏସଜି l ଆସନ୍ତା ୧୮ ତାରିଖରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ଏକ ୫ ଜଣିଆ ଟିମ ଓଡ଼ିଶା ଆସୁଛନ୍ତି । ସେମାନେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ l ଶ୍ରୀମନ୍ଦିର ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବାରୁ ଯାଞ୍ଚ କରିବ NSG ।

ବିଶେଷକରି ଇଣ୍ଡିଆନ୍‌ ମୁଜାହିଦ୍ଦିନ ଓ ଲସ୍କର-ଏ- ତୋଇବା ଭଳି ଆତଙ୍କବାଦୀ ସଙ୍ଗଠନଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର ଓ ପୁରୀ ସହର । ଏବେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ବଳୟ ସୃଷ୍ଟି କରାଯିବା ପରେ ନୂଆ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର NSGକୁ ଅବଗତ କରିବେ l

ଏ ସମ୍ପର୍କରେ ଏନଏସଜି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସରକାରଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି । ଏବେ ଶ୍ରୀମନ୍ଦିର ସୁରକ୍ଷାରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଅଧିକ କ’ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ, ସେନେଇ ଆଲୋଚନା ହେବ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.