ଆଗକୁ ବଡ ଦିନ: କନ୍ଧମାଳର ସବୁ ଚର୍ଚ୍ଚ କର୍ତ୍ତୃପକ୍ଷ ସଜାଗ, କୋଭିଡ୍‌ ଆଶଙ୍କା ମନରେ ସୃଷ୍ଟି କରିଛି ଛନକା

କନ୍ଧମାଳ(କେନ୍ୟୁଜ୍): ଆଗକୁ ବଡ ଦିନ । କନ୍ଧମାଳର ସମସ୍ତ ଚର୍ଚ୍ଚରେ ଗହଳି ହେବା ସମ୍ଭାବନା । ତେଣୁ ଚର୍ଚ୍ଚ କର୍ତ୍ତୃପକ୍ଷ ସଜାଗ ରହିଛନ୍ତି । ଗତ ୨ ବର୍ଷ ହେଲା କୋଭିଡ କଟକଣା ଭିତରେ ବଡ଼ ଦିନ ପାଳନ ହେଉଥିଲା । ତେଣୁ ଏଥର ଧୂମଧାମରେ ବଡଦିନ ପାଳନ ପାଇଁ ତୟାର ହେଉଛନ୍ତି ।

କିନ୍ତୁ କୋଭିଡ୍‌ ଆଶଙ୍କା ମନରେ ଛନକା ସୃଷ୍ଟି କରିଛି । ଅବଶ୍ୟ ପ୍ରଶାସନ ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ କୌଣସି କଟକଣା ଜାରି କରାଯାଇନାହିଁ । ସେପଟେ ପ୍ରଶାସନକୁ ସମ୍ପୂର୍ଣ ସହଯୋଗ କରିବାକୁ ଚର୍ଚ୍ଚ କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଫୁଲବାଣୀ କୋର୍ଟ ପକ୍ଷରୁ କୋର୍ଟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.