ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ଯୁବକ

କେନ୍ୟୁଜ ଓଡିଶା : ମେଡିକାଲ ଛାତରୁ ଡେଇଁ ଯୁବକ ମୃତ । ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗ ପାଞ୍ଚ ମହଲା ଉପରୁ ଆଜି ସକାଳୁ ଆତ୍ମହତ୍ୟା କରିଛନ୍ତି ଯୁବକ । ଆତ୍ମହତ୍ୟା କରିଥିବା ଯୁବକ ଜଣକ ଅନୁଗୁଳ ବଆଁରପାଳ ବ୍ଳକ ଗୋତମରା ଗ୍ରାମର ଚିକୁନ ବିଶ୍ବାଳ ବୋଲି ଜଣାପଡିଛି। ସୂଚନା ମୁତାବକ ଗତ କାଲି ସାନିଟାଇଜର ଖାଇ ଅନୁଗୁଳ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ଯୁବକର ଆତ୍ମହତ୍ୟା ଘଟଣା ପରେ ତାଙ୍କ ପରିବାର ଲୋକ ମେଡିକାଲର ସିକ୍ୟୁରିଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେ୍‌ଜନା ଦେଖାଦେଇଥିଲା।ମେଡିକାଲ କତ୍ତୃପକ୍ଷ ନିଜର ଦୋଷ ଲୁଚାଇବାକୁ ଯାଇ ତରବରିଆ ଭାବରେ ମୃତକ ଯୁବକର ଶବ ବ୍ୟବଛେଦ କରିଦେଇଥିଲେ। ଅନୁଗୁଳ ମେଡିକାଲରେ ସିକ୍ୟୁରିଟି ବ୍ୟବସ୍ଥାରେ ଅବହେଳା ଦ୍ୱାରା ବାରମ୍ବାର ଅଘଟଣ ଘଟୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ମେଡିକାଲ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.