ଯାଜପୁର: ଖରସ୍ରୋତା ନଦୀରେ ବୁଡି ଯୁବକ ନିଖୋଜ, ଗାଧୋଉଥିବା ବେଳେ ଭାସି ଯାଇଥିବା ସନ୍ଦେହ କରାଯାଉଛି

ଯାଜପୁର ଟାଉନ(କେନ୍ୟୁଜ୍): ନଦୀରେ ବୁଡି ଯୁବକ ନିଖୋଜ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ନିକଟ ଖରସ୍ରୋତା ନଦୀରେ ବୁଡି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି।

ନିଖୋଜ ଯୁବକ ହେଉଛନ୍ତି ଚନ୍ଦନପୁର ଗ୍ରାମର ରବୀନ୍ଦ୍ର ସାମଲଙ୍କ ପୁଅ ସମରେନ୍ଦ୍ର। ସେ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜା ଖୋଜି ଚାଲିଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.