କେନ୍ଦୁଝର: ଅଜଗର ମୁହଁରୁ ଉଦ୍ଧାର ହେଲେ ଗାଈ ଚରାଳି ଯୁବକ, କୁଶେଇ ନଦୀକୁ ଭିଡ଼ି ନେଇଥିଲା ସାପ

ଆନନ୍ଦପୁର(କେନ୍ୟୁଜ): ଗାଈ ଚରାଉଥିବା ସମୟରେ ଭିଡି ନେଲା ଅଜଗର। ଅଚେତ ଅବସ୍ଥାରେ  ଗ୍ରାମବାସୀଙ୍କ ଦ୍ୱାରାଉଦ୍ଧାର ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହେଲେ ଯୁବକ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ତୁଳସୀପୁର ଗାଁରେ ଘଟିଛି ଏହି ଅଘଟଣ। ଗାଁର ବାବାଜୀ ପାଢିଙ୍କ ଘରେ ଭଗାମୁଣ୍ଡା ଅଞ୍ଚଳର ଗାଦୁ ମାଝୀ ନାମକ ଜଣେ ଯୁବକ ରହି କାମଧନ୍ଦା କରୁଥିଲେ।

ଆଜି ସେ ଗାଈ ଚରାଇବାକୁ ନିକଟସ୍ଥ କୁଶେଇ ନଦୀ କୂଳକୁ ଯାଇଥିବା ବେଳେ ଏକ ବିରାଟକାୟ ଅଜଗର ତାଙ୍କୁ ନଦୀ ଭିତରକୁ ଭିଡି ନେଇଥିଲା। ଅନ୍ଯ ଜଣେ ଛୁଆ ଏହା ଦେଖି ଗାଁରେ ଖବର ଦେବା ପରେ ଗାଁ ଲୋକେ ମିଳିତ ଭାବେ ନଦୀରୁ ଅଚେତ ଅବସ୍ଥାରେ ସମ୍ପୃକ୍ତ ଯୁବକ ଜଣକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଏଯାବତ ତାଙ୍କର ଚେତା ଆସିନଥିବା ବେଳେ ଘଟଣା ସମ୍ପର୍କରେ ତାଙ୍କ ଘର ଲୋକଙ୍କୁ ଅବଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.