Below header

ଜୈବପୁଞ୍ଜି ମାଧ୍ୟମରେ ମାଛ ଚାଷ କରି ବେଶ ଚର୍ଚ୍ଚାରେ ଯୁବ ଚାଷୀ, ହେଉଛି ଲକ୍ଷାଧିକ ଟଙ୍କାର ରୋଜଗାର

ଜୈବପୁଞ୍ଜି ମାଧ୍ୟମରେ ମାଛ ଚାଷ କରି ବେଶ ଚର୍ଚ୍ଚାରେ ଯୁବ ଚାଷୀ । ପ୍ରଧାନମନ୍ତ୍ରୀ ମସ୍ଚ୍ୟ ସମ୍ପଦଯୋଜନାରେ ଲାଭ ଉଠାଇଛନ୍ତି ଯୁବ ଚାଷୀ । ପ୍ରଧାନମନ୍ତ୍ରୀ ମସ୍ଚ୍ୟ ସମ୍ପଦ ଯୋଜନାରେ ଆର୍ଥିକ ସହାୟତା ରାଶି ୧୫ ଲକ୍ଷ ଟଙ୍କା ପାଇ ଆରମ୍ବ କରିଛନ୍ତି ମାଛ ଚାଷ । ଏହି ମାଛ ଚାଷ କରି ଅନ୍ୟ କାର୍ଯ୍ୟ ନ କରୁଥିବା ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବସନ୍ତ କୁମାର ଦାସ ।

ଜୈବପୁଞ୍ଜି ମାଧ୍ୟମରେ ମାଛ ଚାଷ କରି ବେଶ ଚର୍ଚ୍ଚାରେ ଯୁବ ଚାଷୀ । ପ୍ରଧାନମନ୍ତ୍ରୀ ମସ୍ଚ୍ୟ ସମ୍ପଦଯୋଜନାର ଲାଭ ଉଠାଇଛନ୍ତି ଯୁବ ଚାଷୀ । ପ୍ରଧାନମନ୍ତ୍ରୀ ମସ୍ଚ୍ୟ ସମ୍ପଦ ଯୋଜନାରେ ଆର୍ଥିକ ସହାୟତା ରାଶି ୧୫ ଲକ୍ଷ ଟଙ୍କା ପାଇ ଆରମ୍ବ କରିଛନ୍ତି ମାଛ ଚାଷ । ଏହି ମାଛ ଚାଷ କରି ଅନ୍ୟ କାର୍ଯ୍ୟ ନ କରୁଥିବା ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବସନ୍ତ କୁମାର ଦାସ । ଏ ହେଉଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ଗ୍ରାମର ଯୁବ ଚାଷୀ ବସନ୍ତ କୁମାର ଦାସ, ବସନ୍ତ ଜଣେ ଉଚ୍ଚ ଶିକ୍ଷିତ ଯୁବକ ସିଏ ପ୍ରଧାନମନ୍ତ୍ରୀ ମସ୍ଚ୍ୟ ସମ୍ପଦ ଯୋଜନାରେ ନିଜକୁ ସାମିଲ କରାଇ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇ ତାଙ୍କର ନିଜ ଜାଗାରେ ୨୫୦୦ ହଜାର ବର୍ଗଫୁଟ ଉପରେ ୫ଟି ଟାଙ୍କି କରି ମାଛ ଚାଷ ଆରମ୍ଭ କଲେ ।

ଗୋଟେ ଟାଙ୍କିର ପରିମାଣ ହେଉଛି ୫୦ ହଜାର ଲିଟର ବିଶିଷ୍ଟ । ଏହି ଟାଙ୍କିରେ ବିଭିନ୍ନ ପ୍ରକାର ମାଛ ଜାଆଁଳ ପ୍ରସ୍ତୁତ କରି କଲିକତା ଭଳି ସହରକୁ ପଠାନ୍ତି ବୋଲି କହିଥିଲେ ବସନ୍ତ । ଏହା ସହ ପ୍ରତିଦିନ ମାଛ ଖାଇବା ପାଇଁ ଭସା ଦାନା ପ୍ରୋଟିନ ମଧ୍ୟ ଦିଆଯାଏ । ଏହି ମାଛ ଦେଖିବା ପାଇଁ ବି ଆଖ ପାଖରୁ ଲୋକ ମାନେ ଦେଖିବାକୁ ବି ଆସିଥାନ୍ତି । ଏହି ମାଛ ଚାଷ କରିବାରେ ବସନ୍ତଙ୍କ ସାଙ୍ଗମାନେ ତାଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି । ବସନ୍ତ ମଧ୍ୟ ତାଙ୍କୁ ପାରିଶ୍ରମିକ ଦିଅନ୍ତି । ପ୍ରତି ୬ ମାସରେ ଥରେ ମାଛ ବିକ୍ରି କରି ପ୍ରାୟ ଲକ୍ଷାଧିକ ଟଙ୍କାର ରୋଜଗାର କରିଥାନ୍ତି ।

ଏହା ସହ ବସନ୍ତ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ ଏହି ମାଛ ଚାଷ କରୁଛନ୍ତି । ଏହା ସହ ପଡୋସୀ ମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଥିଲେ ବସନ୍ତଙ୍କ ଏହି ଚାଷକୁ ନେଇ । ବସନ୍ତ ଏହି ଚାଷ କରି ନିଜେ ନିଜ ଗୋଡ଼ରେ ଠିଆ ହେବା ସହ ଯେଉଁ ଯୁବକ ମାନେ କିଛି କରୁନାହାନ୍ତି ସେମାନଙ୍କୁ ବସନ୍ତଙ୍କ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ମଧ୍ୟ ଏହି ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଲାଭ ଉଠାଇ ନିଜେ କିଛି କରନ୍ତୁ । ଏହି ମାଛ ଚାଷ କରି ଅନ୍ୟ ବେକାର ଯୁବକଙ୍କ ଉଦାହରଣ ପାଲଟିଛନ୍ତି ବସନ୍ତ କୁମାର ଦାସ ଏଥିସହ ନିଶ୍ଚିନ୍ତକୋଇଲି ଅଞ୍ଚଳର ଲୋକମାନେ ମଧ୍ୟ ବସନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.