Below header

୫୦ ଫୁଟ ତଳକୁ ଖସିଲା କାର: ଦୁର୍ଘଟଣାରେ କାର ଚୂରମାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୫୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ଚୂରମାର । କିନ୍ତୁ ବେଲୁନ୍ ପ୍ରୁଫ ସଠିକ ଭାବେ କାମ କରିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଲେ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ରଗିରି ପର୍ବତକୁ ବ୍ରହ୍ମପୁର ସହରରୁ ଡ୍ରାଇଭର ସମେତ ୫ ଜଣ କାରରେ ବୁଲିବାକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ଗଜପତି (କେନ୍ୟୁଜ) : ୫୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ଚୂରମାର । କିନ୍ତୁ ବେଲୁନ୍ ପ୍ରୁଫ ସଠିକ ଭାବେ କାମ କରିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଲେ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ରଗିରି ପର୍ବତକୁ ବ୍ରହ୍ମପୁର ସହରରୁ ଡ୍ରାଇଭର ସମେତ ୫ ଜଣ କାରରେ ବୁଲିବାକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ମହେନ୍ଦ୍ରଗିରିରୁ ଫେରିବା ବାଟରେ ଭାରସାମ୍ୟ ହରାଇ କାରଟି ୫୦ ଫୁଟ ତଳକୁ ଚାଲିଯାଇଥିଲା l ଫଳରେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିଲେ ମଧ୍ୟ କାରର ବେଲୁନ ପ୍ରୁଫ ସଠିକ ସମୟରେ କାମ କରିଥିଲା । ଦୁର୍ଘଟଣାରେ ରୋଜାଲିନ୍ ପ୍ରଧାନଙ୍କ ବାମ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଚାରିଜଣଙ୍କ କିଛି ବି ହୋଇ ନାହିଁ । ଆହତଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.