Below header

ବାଙ୍କୀ: ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍‌ କରି ଯୁବକ ଗିରଫ

ବାଙ୍କୀ : ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍‌ କରି ଯୁବକ ଗିରଫ। ବାଙ୍କୀ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କ ସହ ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିଛି ଦିନ ପରେ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବା ପାଇଁ ଯୁବକ ଜଣକ ଜିଦ୍‌ କରିଥିଲେ। ତେବେ ଯୁବତୀ ଜଣକ ବିବାହ ପାଇଁ ମନା କରିଦେଇଥିଲେ।

ଏହାପରେ ଯୁବତୀଙ୍କର ଅନ୍ୟ ଏକ ସ୍ଥାନରେ ବିବାହ ଠିକ୍‌ ହୋଇଯାଇଥିବା ଜାଣିପାରି ଯୁବକ ତାଙ୍କ ଅଶ୍ଲୀଳ ଭିଡିଓ ଫେସବୁକ୍‌ରେ ଭାଇରାଲ୍‌ କରିଦେଇଥିଲେ। ଏନେଇ ଯୁବତୀ ଜଣକ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.