ଚୀନ୍‌ରୁ ହିଁ ଜନ୍ମିଛି କରୋନା, ବୁହାନ୍‌ ସହରରୁ ସଂକ୍ରମଣ ବ୍ୟାପିଥିବା ସଙ୍କେତ ପାଇଲା ଡବ୍ଲ୍ୟୁଏଚ୍‌ଓ

ଚୀନ୍‌ର ବୁହାନ୍‌ ସହରରୁ କରୋନା ବ୍ୟାପିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ମିଳିନଥିଲେ ମଧ୍ୟ କିଛି କିଛି ସଙ୍କେତ ମିଳିଛି। ଏନେଇ ଆମେରିକାର ଏକ ମିଡିଆ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ମୁତାବକ ଡବ୍ଲ୍ୟୁଏଚ୍‌ଓର ତଦନ୍ତକାରୀ ଟିମ୍‌ ବୁହାନରୁ ଡିସେମ୍ବର ୨୦୧୯ରେ କରୋନା ଭାଇରସ୍‌ ବ୍ୟାପିବା ଆରମ୍ଭ ହୋଇଥିବା ନେଇ ସଙ୍କେତ ପାଇଛି।

ଆମେରିକା ମିଡିଆ ସିଏନ୍‌ଏନ୍‌ କହିଛି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଦନ୍ତକାରୀ ଚୀନ୍‌ର ବୁହାନ ସହରରୁ କରୋନା ଭାଇରସ୍‌ ବ୍ୟାପିଥିବା ନେଇ କିଛି ସଙ୍କେତ ପାଇଛନ୍ତି। ଏହି ସହରରୁ ହିଁ ସାରା ବିଶ୍ୱକୁ ଭାଇରସ୍‌ର ସଂକ୍ରମଣ ହୋଇଛି। ଡବ୍ଲ୍ୟୁଏଚ୍‌ଓ ମିଶନର ପ୍ରମୁଖ ଅନେ୍ଵଷକ, ପିଟର ବେନ୍‌ ଏମ୍ରେକ୍‌ ଜୋ ଏବେ ବୁହାନର ସ୍ୱିଜରଲ୍ୟାଣ୍ଡ ଫେରିଛନ୍ତି। ସେ କହିଛନ୍ତି, କରୋନା ଭାଇରସ୍‌ ଡିସେମ୍ବରରେ ବୁହାନ୍‌ରେ ବ୍ୟାପକଭାବେ ବ୍ୟାପିସାରିଥିଲା, ଏହା ଏକ ନୂଆ ସୂଚନା।

ଡବ୍ଲ୍ୟୁଏଚ୍‌ଓର ତଦନ୍ତକାରୀ ଟିମ୍‌ ସହରରୁ ହଜାର ହଜାର ଲୋକଙ୍କ ରକ୍ତ ନମୁନା ଯାଞ୍ଚ କରିବାକୁ ଚାହୁଁଥିଲା। କିନ୍ତୁ ଚୀନ୍‌ ଏବେ ଯାଏଁ ରକ୍ତ ନମୁନା ପରୀକ୍ଷା ପାଇଁ ଅନୁମତି ଦେଇନାହିଁ। ଚୀନ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କରୋନା ସଂକ୍ରମଣର ପ୍ରାରମ୍ଭିକ ମାମଲା ସହ ଜଡ଼ିତ ସଂଖ୍ୟା ଦେବାକୁ ମଧ୍ୟ ମନା କରି ଦେଇଛି। ତେବେ ଏନେଇ ଆମେରିକା ଆପତ୍ତି ଜଣାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.