୬୧ ତମ ସାହାଣୀକପ ଫୁଟବଲ ଟୁର୍ଣ୍ଣାମେଣ୍ଟ, କଟକକୁ ହରାଇ ସୁନ୍ଦରଗଡ ଚାମ୍ପିଅନ

ସୁନ୍ଦରଗଡ (କେନ୍ଯୁଜ) : ଓଡିଶା ଫୁଟବଲ ଆସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ଯରେ ସୁନ୍ଦରଗଡରେ ଚାଲିଥିବା ୬୧ ତମ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ଯାଚ କଟକ ଓ ସୁନ୍ଦରଗଡ ମଧ୍ୟରେ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇପାରିନଥିଲେ ପରେ ପେନାଲଟି ସୁଟଆଉଟରେ ସୁନ୍ଦରଗଡ ଦଳ ୪-୨ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଓଡିଶା ଫୁଟବଲ ଆସୋସିଏସନର ଉପସଭାପତି ରବି ପାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ପରିବହନ ଅଧିକାରୀ ରାମଦାଶ ଟୁଡୁ ଯୋଗ ଦେଇଥିଲେ। ଚାମ୍ପିଅନ ସୁନ୍ଦରଗଡ ଦଳକୁ ଟ୍ରଫି ସହ ନଗଦ ରାଶି ପୁରସ୍କାର ଦିଆଯାଇଥିଲା। ସୁନ୍ଦରଗଡରେ ଅନୁଷ୍ଠିତ ଏହି ମ୍ଯାଚ ଅତି ସୁନ୍ଦର ଭାବେ ଅ।ୟୋଜନ କରାଯାଇଥିଲା ବୋଲି କହିଛନ୍ତି ଓଡିଶା ଫୁଟବଲ ଆସୋସିଏସନର ଉପସଭାପତି ସେହି ଭଳି ଜିଲ୍ଲା କ୍ରିଡା ସଂସଦର ସମ୍ପାଦକ ପ୍ରଭାତ ଭୋଲ କହିଛନ୍ତି ପୁର୍ବରୁ କେବଳ ହକି ଖେଳରେ ସୁନ୍ଦରଗଡର ନାଁ ରହିଥିଲା ଏଣିକି ଫୁଟବଲ ମଧ୍ୟ ସମାନ ସ୍ଥିତିକୁ ଆସିଛି ଏଣୁ ଆଗାମୀ ଦିନରେ ଏଠାରେ ଫୁଟବଲ ଏକାଡେମୀ ଖୋଲିବା ପାଇଁ ଆମେ ଦାବି କରିବୁ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.