ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବୋଧଖଣ୍ଡି ଧନୁଆ ନଇଁ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ୟୁଜ୍): ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଧନୁଆ ନଇଁ କୂଳରେ ପଡିଛି ମୃତଦେହ। ମୃତକ ଶିଶିଲୋ ଗାଁର ଆଶିଷ ଓଝା। ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀକୁ ଗାଧୋଇବାକୁ ଆସି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।

ସୂଚନା ଅନୁୟାୟୀ, ବୁଧବାର ରାତିରେ ଆଶିଷ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଆଜି ସକାଳୁ ବିଲ ଭିତରୁ ମିଳିଥିଲା ମୃତଦେହ। ପାଖରେ ତାଙ୍କର ସାଇକେଲ ପଡିରହିଛିି। ପରିବାର ଲୋକେ ଆଶିଷଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.