୪୧ ବର୍ଷ ବୟସରେ ପାଦ ଦେଲେ ମହେନ୍ଦ୍ର ସିଂହ ଧୋନି, ଜାଣନ୍ତୁ ତାଙ୍କ ସହ ଜଡିତ କିଛି ଖାସ୍ କଥା

ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ, ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓରଫ ମାହି । ଆଜି ସେ ୪୧ ବର୍ଷ ବୟସରେ ପାଦ ଥାପିଛନ୍ତି । ଗତକାଲି ଠାରୁ ତାଙ୍କୁ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । କିନ୍ତୁ ଧୋନୀ ଏଥର ଜନ୍ମଦିନରେ କିଛି ନୂଆ କାମ କରିଛନ୍ତି । ସେ ନିଜର ଜନ୍ମଦିନ ଅବସରରେ ଇଂଲଣ୍ଡ ଗସ୍ତ କରିଛନ୍ତି । ସେଠାରେ ୱିମ୍ବଲଡନ ଗ୍ରାଣ୍ଡ ସ୍ଲାମ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ଚାଲିଛି । ଆଉ ଷ୍ଟାଡିୟମ୍‌ରେ ବସି ମ୍ୟାଚ ଦେଖିବାକୁ ଯାଇଛନ୍ତି ଧୋନୀ ଏଣ୍ଡକୋ। ସେ ମ୍ୟାଚ୍‌ ଦେଖୁଥିବା ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ମାହିଙ୍କ ଫଟୋ ଚେନ୍ନାଇ ସୁପର କିଙ୍ଗ୍ସର ଟୁଇଟର ଆକାଉଣ୍ଟରେ ସେୟାର ହୋଇଛି ।

ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତେବେ ଦର୍ଶକ ବନ୍ଧୁ ଧୋନିଙ୍କ ୪୧ ତମ ଜନ୍ମଦିନରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ ୪୧ଟି କଥା କହିବାକୁ ଯାଉଛୁ ।

୧- ଧୋନି ହେଉଛନ୍ତି ବିଶ୍ୱର ଅନ୍ୟତମ ସଫଳ କ୍ରିକେଟରଙ୍କ ମଧ୍ୟରୁ ଜଣେ । ତେବେ ସେ ଏକ ‘ଡକ୍’ ଅର୍ଥାତ୍‌ ନିଜ ଆନ୍ତର୍ଜାତିକ କ୍ୟାରିୟର୍‌ର ପଦାର୍ପଣ ଇନିଂସରେ ‘ଶୂନ’ରେ ଆଉଟ୍‌ ହୋଇଥିଲେ ।
୨- ଏମଏସ ଧୋନି ଆଜି ପର୍ଯ୍ୟନ୍ତ ପ୍ରଥମ ଏବଂ ଏକମାତ୍ର ଅଧିନାୟକ ଯିଏକି ସମସ୍ତ ତିନିଟି ICC ଟ୍ରଫି ଜିତିଛନ୍ତି।
୩- ୨୦୦୭ରେ ଆଫ୍ରୋ-ଏସୀୟ ମ୍ୟାଚରେ ମାହେଲା ଜୟବର୍ଦ୍ଧନେଙ୍କ ସହ ଧୋନିଙ୍କ ୨୧୮ ରନ୍ ଭାଗିଦାରୀ କରିଥିଲେ । ଯାହା ଷଷ୍ଠ ଓ୍ଵିକେଟ୍‌ ଭାଗିଦାରୀରେ ସର୍ବାଧିକ ରନ୍‌ର ରେକର୍ଡ଼ ।
୪- ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଅପରାଜିତ ୧୮୩ ରନ ହେଉଛି ୱିକେଟ୍ କିପର ଭାବେ ସର୍ବାଧିକ ସ୍କୋର୍‌୍‌ର ରେକର୍ଡ ।
୫- ସେହି ଇନିଂସରେ ଧୋନି ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଦିନିକିଆ ମ୍ୟାଚ୍‌ ଇନିଂସ୍‌ରେ ସର୍ବାଧିକ ୧୦ଟି ଛକା ମାରିଥିଲେ।
୬- ଟି -20 ବିଶ୍ୱକପ ଜିତିବାରେ ଏମଏସ ଧୋନି ହେଉଛନ୍ତି ପ୍ରଥମ ଅଧିନାୟକ। ତାଙ୍କ ନେତୃତ୍ୱରେ ପ୍ରଥମ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା ।
୭-ସୌରଭ ଗାଙ୍ଗୁଲିଙ୍କ ଅଧିନାୟକ ଥିବା ବେଳେ ଧୋନିଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ କ୍ୟାରିୟର ଆରମ୍ଭ ହୋଇଥିଲା । ଏହା ପରେ ସେ ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ ଏବଂ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ନିକଟରେ ଧୋନି ରବୀନ୍ଦ୍ର ଜାଡେଜାଙ୍କ ଅଧିନାୟକତ୍ୱରେ ଆଇପିଏଲ ଖେଳିଛନ୍ତି।
୮- ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବରେ ଧୋନି ଆଇପିଏଲ୍ ଏବଂ ବର୍ତ୍ତମାନ ଶେଷ ହୋଇଥିବା ଚାମ୍ପିଅନ୍ସ ଲିଗ୍ ଟି -20 ଉଭୟରେ ବିଜୟ ଲାଭ କରିଥିଲେ।
୯- ଧୋନି ୧୦ଟି ଆଇପିଏଲ୍ ଫାଇନାଲ୍ ଖେଳିଛନ୍ତି । ସେଥିମଧ୍ୟରୁ ୮ ଟି CSK ଚେନ୍ନାଇ ସୁପର କିଙ୍ଗସ ପାଇଁ ଏବଂ ଗୋଟିଏ ରାଇଜିଂ ପୁନେ ସୁପରଜିଆଣ୍ଟସ୍ ପାଇଁ ଖେଳିଛନ୍ତି ।
୧୦- ଧୋନି ଆଇପିଏଲ ଇତିହାସରେ ଦ୍ୱିତୀୟ ସଫଳ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୪ଥର ଟ୍ରଫି ଜିତିବାରେ ସଫଳ ହୋଇଛି ।
୧୧- ୨୦୦୯ ଚାମ୍ପିଅନ୍ସ ଟ୍ରଫିରେ ଧୋନି ଏକ ଓଭର ବୋଲିଂ କରି ଟ୍ରାଭିସ୍ ଡାଉଲିନ୍ଙ୍କ ଙ୍କ ୱିକେଟ୍ ନେଇଥିଲେ।
୧୨- ୨୦୦୭ ଟି -20 ବିଶ୍ୱକପରେ ଭାରତ ପାକିସ୍ତାନକୁ ପରାସ୍ତ କରିବା ପରେ ଏମଏସ ଧୋନି ଟି -20 ଇଣ୍ଟର ନ୍ୟାସନାଲରେ ବଲ୍‌ଆଉଟ୍‌ ଜିତିବାରେ ଏକମାତ୍ର ଅଧିନାୟକ ହୋଇଥିଲେ ।
୧୩- ଆଶ୍ଚର୍ଯ୍ୟର କଥା ହେଉଛି, ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ସଫଳତା ସତ୍ତ୍ୱେ ଧୋନି ରଣଜୀ ଟ୍ରଫି କିମ୍ବା କୌଣସି ଘରୋଇ ଟୁର୍ନାମେଣ୍ଟରେ ଟ୍ରଫି ଜିତି ନାହାନ୍ତି।
୧୪- ଧୋନି ପ୍ରଥମ ଭାରତୀୟ ଅଧିନାୟକ ଯିଏକି ୪୧ ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଟେଷ୍ଟ ସିରିଜ୍ ଜିତିଥିଲେ। ୨୦୦୯ରେ ଏହି ସିରିଜ୍‌ ହୋଇଥିଲା ।
୧୫- ଏମଏସ ଧୋନି ୨୦୦୮ ଏବଂ ୨୦୦୯ରେ ଆଇସିସି ଏକଦିବସୀୟ ପ୍ଲେୟାର ଅଫ୍ ଦି ଇୟର ଥିଲେ । ତାଙ୍କୁ ୨୦୦୭ରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।
୧୬- ଧୋନି ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦରେ ଅଛନ୍ତି।
୧୭ – ତାଙ୍‌କର ମଧ୍ୟ ଜଣେ ଭାଇ ଅଛନ୍ତି । ଅବଶ୍ୟ ତାଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ ।
୧୮ – ତାଙ୍କ ଅଧିନାୟକତ୍ୱରେ ୨୦୧୦/୧୧ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ଡ୍ର କରିବାରେ ସଫଳ ହୋଇଥିଲା।
୧୯ – ଧୋନି ୱାନଡେ କ୍ରିକେଟରେ ୫ରୁ ୭ ନମ୍ବରରେ ବ୍ୟାଟିଂ କରୁଥିଲେ । ତେବେ ସେ ଏହି ପୋଜିସନ୍‌ରେ ୮ହଜାରୁରୁ ଅଧିକ ରନ୍‌ କରିଛନ୍ତି। ଯାହା ବିଷ୍ଵରେ ସର୍ବାଧିକ ।
୨୦- ଟି -20 ବିଶ୍ୱକପରେ ୩୦ରୁ ଅଧିକ ମ୍ୟାଚ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା କରିବାରେ ଏମ୍ଏସ୍ ଧୋନି ହେଉଛନ୍ତି ଏକମାତ୍ର ଖେଳାଳି ।
୨୧ – ଅଧିନାୟକ ଭାବରେ ଏମ୍ଏସ୍ ଧୋନି ୨୦୧୦ ଏବଂ ୨୦୧୬ରେ ଦୁଇଟି ଏସିଆ କପ୍ ଜିତିଥିଲେ ।

dhoni
୨୨- ଯଦିଓ ସେ ୨୦୧୬ ଏସିଆ କପ୍ ସମୟରେ ଅଧିନାୟକ ପଦ ଛାଡି ଦେଇଥିଲେ। ହେଲେ ନିଜର ଦୁଇଶହତମ ମ୍ୟାଚ୍‌ ଖେଳିବା ବେଳେ ତାଙ୍କୁ ଅଧିନାୟକ ହେବାର ସୁଯୋଗ ଦିଆଯାଇଥିଲା ।
୨୩- ଧୋନି ଦିନିକିଆ ଆନ୍ତର୍ଜାତିକରେ ୧୦୦ରୁ ଅଧିକ ଷ୍ଟମ୍ପିଂ କରିଛନ୍ତି । ଏହା କରିବାରେ ସେ ହେଉଛନ୍ତି ଏକମାତ୍ର ୱିକେଟ୍ କିପର।
୨୪- ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବରେ ୩୩୨ ମ୍ୟାଚ୍ ଖେଳିଛନ୍ତି ଯାହା ବିଶ୍ୱ କ୍ରିକେଟ୍‌ରେ ସର୍ବାଧିକ ।
୨୫- ଏମ୍ଏସ୍ ଧୋନି ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ପଞ୍ଚମ ୱିକେଟ୍ ପାର୍ଟନରସିପ୍‌ରେ ୨ ହଜାରରୁ ଅଧିକ ରନ୍ କରିଛନ୍ତି ।
୨୬- ଧୋନି ଫୁଟବଲ ଗୋଲକିପର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ।
୨୭- ସେ ହେଉଛନ୍ତି ପ୍ରଥମ ଖେଳାଳି ଯାହାର ବାର୍ଷିକ ବ୍ରାଣ୍ଡ ମୂଲ୍ୟ ଥିଲା ୩୦୦ କୋଟି ଟଙ୍କା ।
୨୮- ୨୦୧୭ ଜୁନ୍ ୩୦ ତାରିଖରେ ଧୋନି ଦିନିକିଆରେ ୨୦୦ ଛକା ମାରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ।
୨୯- ଏମଏସ ଧୋନିଙ୍କୁ ୨୦୦୯ରେ ପଦ୍ମଶ୍ରୀ ପୁରସ୍କାର ଏବଂ ୨୦୧୮ରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
୩୦- ୱିକେଟ୍ କିପର ଭାବରେ ଅନ୍ତର୍ଜାତୀୟ କ୍ରିକେଟ୍‌୍‌ରେ ଏମ୍ଏସ୍ ଧୋନି ୮୨୯ଟି ଆଉ୍‌ କରିଛନ୍ତି । ଯାହା ମାର୍କ ବାଉଚର୍ ଏବଂ ଆଡାମ ଗିଲକ୍ରିଷ୍ଟଙ୍କ ପରେ ବିଶ୍ୱରେ ତୃତୀୟ ସର୍ବାଧିକ।
୩୧- ଏମଏସ ଧୋନି ୫୩୫ଟି ଅନ୍ତର୍ଜାତୀୟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏହା ସହିତ ୩୫୦ଟି ଦିନିକିଆ ଆନ୍ତର୍ଜାତିକ, ୯୦ ଟେଷ୍ଟ ମ୍ୟାଚ ଏବଂ ୯୮ ଟି -୨୦ ମ୍ୟାଚ୍‌ ଖେଳିଛନ୍ତି ।
୩୨- ଧୋନି ୨୮୮ ଟି -20 ମ୍ୟାଚ୍‌ରେ ଅଧିନାୟକତ୍ୱ କରିଛନ୍ତି ଯାହାକି ସର୍ବାଧିକ ।
୩୩- ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ, MS ଧୋନି ଚେନ୍ନାଇ ସୁପର କିଙ୍ଗସ ପାଇଁ କ୍ରମାଗତ ୧୪୩ଟି ମ୍ୟାଚ୍ ଖେଳିଥିଲେ ।
୩୪- ଧୋନି ୧୫ଟି ଆଇପିଲ୍‌ ସିଜିନ୍‌୫ରେ ଖେଳିଥିଲେ ମଧ୍ୟ ଗୋଟିଏ ହେଲେ ଶତକ କରି ନାହାନ୍ତି ।
୩୫- ଧୋନି ପ୍ରଥମେ ଭାରତୀୟ ରେଳବାଇରେ ଟିକେଟ୍ ଯାଞ୍ଚକାରୀ ବା ଟିସି ଥିଲେ।
୩୬ – ଧୋନି ଚେନ୍ନାଇ ପାଇଁ ୧୩ ସିଜନ୍ ଖେଳିଥିବା ବେଳେ ବିରାଟ କୋହଲି ଆରସିବି ପାଇଁ ୧୫ଟି ସିଜନ୍ ଖେଳିଛନ୍ତି।
୩୭- ଜାନୁଆରୀ ୨୦୧୮ ରେ ଧୋନି ୧୦ ହଜାର ଦିନିକିଆ ରନ୍ ସ୍କୋର କରିବାରେ ୫ମ ଭାରତୀୟ ଖେଳାଳି ହୋଇଥିଲେ।
୩୮ – ଧୋନି ଅଧିନାୟକ ଭାବରେ ଆଇପିଏଲରେ ୧୦୦ରୁ ଅଧିକ ମ୍ୟାଚ୍ ଜିତିଛନ୍ତି।
୩୯ – ୨୦୧୩ରେ ଧୋନି ଭାରତକୁ କ୍ରମାଗତ ୬ଟି ଟେଷ୍ଟ ମ୍ୟାଚ ଜିତାଇ ଦେଇଥିଲେ । ଯାହା ଭାରତ ପାଇଁ ଏକ ବଡ଼ ରେକର୍ଡ ଥିଲା।
୪୦ – ଧୋନି କ୍ରମାଗତ ଦୁଇଟି ଆଇପିଏଲ୍ ଟାଇଟଲ୍ ଜିତିଥିଲେ।
୪୧- ଧୋନି ତାଙ୍କ କ୍ୟାରିଅର ସାରା ୭ ନମ୍ବର ଜର୍ସି ପିନ୍ଧି ଖେଳିଥିଲେ। ତେଣୁ ତାଙ୍କୁ ଫୁଟ୍‌ବଲ୍‌ ଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହ ତୁଳନା କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.