୨୦ ହଜାର ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ(କେନ୍ୟୁଜ୍): ଦେଶୀ ଓ ବିଦେଶୀ ମଦ ଜବତ। ଭଦ୍ରକ ଅବକାରୀ ନିରୀକ୍ଷକ ଅନିତା ପ୍ରଧାନଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ବେଆଇନ ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି।

ଅବକାରୀ ବିଭାଗର ଏହି ଟିମ୍ ଧୂଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର, ଧୂଷୁରୀ, ବେତାଳିଗାଁ, ଆରଡ଼ି ଓ ମୁଆଁ ଗ୍ରାମ ଅଞ୍ଚଳରେ ଚଢାଉ କରି ୫୦ ଲିଟର ଦେଶୀ ରନ୍ଧା ମଦ ଏବଂ ୩ ଲିଟର ବିଦେଶୀ ମଦ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଧୂଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ରଞ୍ଜନ ମଳିକ ଓ ବେତାଳିଗାଁ ଗ୍ରାମର ଅଶୋକ ମଳିକ ଓରଫ ବାବୁ । ଜବତ ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.