Below header

ଢେଙ୍କାନାଳ: ଭାଉଜ ଓ କିଛି ଗାଁଲୋକ ହଇରାଣ କରୁଥିବାରୁ ଫେସବୁକରେ LIVE କରି ସୁଇସାଇଡ଼ କଲେ ଯୁବକ

ଢେଙ୍କାନାଳ (କେନ୍ୟୁଜ୍)  ବଦଳି ଯାଉଛି ମାନସିକତା। ଆତ୍ମହତ୍ୟାର ନୂଆ ଟ୍ରେଣ୍ଡ ଆପଣାଉଛନ୍ତି ଯୁବପୀଢି । ଏବେ ନିଜ ଆତ୍ମହତ୍ୟା ଭଳି ଖରାପ ନିଷ୍ପତ୍ତିକୁ ମଧ୍ୟ ଲାଇଭ କରିବାକୂ ପଛାଉନାହାନ୍ତି।   ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ତରଭା ଗାଁ ରେ। ଗତକାଲି ରାତିରେ କୁନାଲ ସ୍ୱାଇଁ ନାମକ ଜଣେ ଯୁବକ ବିଷ ପିଇ ଫେସ ବୁକ ଲାଇଭ କରିଥିବା ଘଟଣା ଏବେ ଭାଇରାଲ ହୋଇଛି ।

ଆତ୍ମହତ୍ୟା ପରେ କୁନାଲକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କଟକ ବଡ ମେଡିକାଲକୁ ନେଇଥିଲେ । ତେବେ କିଛି ସମୟ ପରେ ସେଠାରେ ତାଙ୍କର ମୃତ୍ୟ ହୋଥିଲା । ସୁଇସାଇଡ ଲାଇଭରେ ନିଜ ଭାଉଜ ଓ କିଛି ଗାଁଲୋକ ତାଙ୍କୁ ହଇରାଣ କରିଥିବା ସହ ତାଙ୍କ ମୃତ୍ୟୁ ପାଇଁ କେଉଁ ମାନେ ଦାୟୀ ତାଙ୍କ ନାଁ କହିଛନ୍ତି । ମୃତ କୁନାଲ ମୋବାଇଲ ଟାୱାରରେ କାମ କରୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.