ଯୋଡ଼ା : ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ ଗିରଫ

ଯୋଡ଼ା(କେନ୍ୟୁଜ୍‌) : ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା କରିଛି ଦୁର୍ବୃତ୍ତ। ଯୋଡ଼ା ଆଜାଦ ବସ୍ତିରେ ଘଟିଛି ଏପରି ଘଟଣା । ସାମାନ୍ୟ ବଚସାରୁ ସଫେଇ କର୍ମଚାରୀଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ବୁଧରାମ ସିରକା ମୁଣ୍ଡା। ଏହି ଘଟଣା ଜଣାପଡ଼ିବା ପରେ ଯୁବକର ହାତ ଗୋଡ଼ ବାନ୍ଧି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକେ ।

ସୂଚନା ଅନୁଯାୟୀ କୌଣସି କଥାକୁ ନେଇ ଅଭିଯୁକ୍ତ ଶିବ ମୁଣ୍ଡା ସହ ବୁଧରାମର ବଚସା ହୋଇଥିଲା । ଫଳରେ ଘରେ ଶୋଇଥିବା ବେଳେ ଶିବ ମୁଣ୍ଡା ବୁଧରାମଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଏହି ଘଟଣା ପଡୋଶୀ ଜାଣିବା ପରେ ଅଭିଯୁକ୍ତ ଶିବ ମୁଣ୍ଡାର ହାତ-ଗୋଡ ବାନ୍ଧି ପକାଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିବ ମୁଣ୍ଡା ଓ ତାର ଭାଇ ମାସି ମୁଣ୍ଡା ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାରେ ବ୍ୟବହୃତ ପଥରକୁ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.